The Ultimate Managed Hosting Platform
ADVERTISEMENT

ପରାଜୟ ସ୍ୱୀକାର କଲେ କେଜ୍ରିୱାଲ , ବିଜେପିକୁ ଜଣାଇଲେ ଅଭିନନ୍ଦନ

Facebook
Twitter
LinkedIn

ନୂଆଦିଲ୍ଲୀ : ବିଜେପିର ବିଜୟ ନେଇ ଆପ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ନିଜ ଦଳର ପରାଜୟ ସ୍ବୀକାର କରିବା ସହିତ ବିଜେପିକୁ ଅଭିନନ୍ଦନ ଜଣାଇଛନ୍ତି। କେଜ୍ରିୱାଲ କହିଛନ୍ତି, ଆମେ ଲୋକଙ୍କ ଜନାଦେଶକୁ ଅତ୍ୟନ୍ତ ବିନମ୍ରତାର ସହିତ ଗ୍ରହଣ କରୁଛୁ। ମୁଁ ବିଜେପିକୁ ଏହି ବିଜୟ ପାଇଁ ଅଭିନନ୍ଦନ ଜଣାଉଛି ଏବଂ ମୁଁ ଆଶା କରୁଛି ଯେ, ସେମାନେ ସମସ୍ତ ପ୍ରତିଶ୍ରୁତି ପୂରଣ କରିବେ ଯାହା ପାଇଁ ଲୋକମାନେ ସେମାନଙ୍କୁ ଭୋଟ ଦେଇଛନ୍ତି। ଆମେ ଗତ ୧୦ ବର୍ଷ ମଧ୍ୟରେ ସ୍ୱାସ୍ଥ୍ୟ, ଶିକ୍ଷା, ଭିତ୍ତିଭୂମି କ୍ଷେତ୍ରରେ ବହୁତ କାମ କରିଛୁ। ଆମେ କେବଳ ଏକ ଗଠନମୂଳକ ବିରୋଧୀ ଭୂମିକା ଗ୍ରହଣ କରିବୁ ନାହିଁ ବରଂ ଲୋକଙ୍କ ମଧ୍ୟରେ ରହି ସେମାନଙ୍କର ସେବା କରିବୁ।ନୂଆଦିଲ୍ଲୀ ଆସନରେ ବିଜେପି ପ୍ରାର୍ଥୀ ପ୍ରବେଶ ବର୍ମାଙ୍କଠାରୁ ଅରବିନ୍ଦ କେଜରିୱାଲ ପରାଜିତ ହୋଇଛନ୍ତି।ସେହିପରି ଜଙ୍ଗପୁରା ଆସନରୁ ମନୀଷ ସିସୋଦିଆ ୬୭୫ ଭୋଟରେ ପରାସ୍ତ ହୋଇଛନ୍ତି। ବିଜେପିର ତରବିନ୍ଦର ସିଂହ ଏଠାରୁ ବିଜୟ ହାସଲ କରିଛନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login