ନୂଆଦିଲ୍ଲୀ : ଦିଲ୍ଲୀରେ ବିଜୟ ପରେ ଏକ୍ସରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରତିକ୍ରିୟା । ଲୋକଙ୍କ ଶକ୍ତି ସର୍ବୋପରି ଶ୍ରେଷ୍ଠ ବୋଲି ଲେଖିଲେ । ବିକାଶ ଜିତିଲା, ସୁଶାସନ ଜିତିଲା । ଦିଲ୍ଲୀର ସାମଗ୍ରିକ ବିକାଶ କରିବୁ , ଜୀବନଧାରଣ ମାନ ଉଚ୍ଚ କରିବୁ । ବିକଶିତ ଭାରତ ଗଠନରେ ଦିଲ୍ଲୀର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଦିନରାତି କାମ କରୁଥିବା ବିଜେପି କର୍ମକର୍ତ୍ତାଙ୍କ ପାଇଁ ଗର୍ବିତ । ବିଜେପି ୪୭ ଆସନରେ ଆଗୁଆ ରହିଥିବାବେଳେ ଆପ୍ ୨୩ ଆସନରେ ଆଗୁଆ ରହିଛି। ଫଳରେ ଦିଲ୍ଲୀ ସିଂହାସନରେ ବିଜେପି ବସିବା ନିଶ୍ଚିତ ହୋଇଛି।ବିଜେପିର ଯାଦୁ କାମ କରିଛି।ହଟ୍ ସିଟ୍ରେ ଆପ୍ର ସ୍ଥିତି ଖରାପ ରହିଛି। ବିଜେପିର ବିଜୟ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋସିଆଲ ମିଡିଆ ଏକ୍ସରେ କହିଛନ୍ତି, ଜନଶକ୍ତି ସର୍ବୋପରି! ବିକାଶ ଜିତିଛି, ସୁଶାସନ ଜିତିଛି। ଦିଲ୍ଲୀର ମୋର ସମସ୍ତ ଭାଇ ଏବଂ ଭଉଣୀମାନଙ୍କୁ ବିଜେପିର ଐତିହାସିକ ବିଜୟ ପାଇଁ ଅଭିନନ୍ଦନ ଜଣାଉଛି।ଆପଣମାନେ ମୋତେ ଯେଉଁ ଆଶୀର୍ବାଦ ଏବଂ ଭଲପାଇବା ଦେଇଛନ୍ତି, ସେଥିପାଇଁ ମୁଁ ଆପଣମାନଙ୍କ ସମସ୍ତଙ୍କ ନିକଟରେ କୃତଜ୍ଞ।
ଦିଲ୍ଲୀର ବିଜୟ ପରେ ମୋଦିଙ୍କ ପ୍ରତିକ୍ରିୟା, କହିଲେ ସୁଶାସନ ଜିତିଲା
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











