ଉତ୍ତରପ୍ରଦେଶ : ଉତ୍ତର ପ୍ରଦେଶର ମଥୁରାରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି । ଏଠାରେ ଦିଲ୍ଲୀ-ଆଗ୍ରା ଜାତୀୟ ରାଜପଥରେ ଡିସିଏମ୍ ଟ୍ରକ୍ ଓ ଇଟା ବୋଝେଇ ଟ୍ରକ୍ ମଧ୍ୟରେ ଭୀଷଣ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ ୩ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ଏଥିରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି । ମଥୁରା ଥାନା ଅଧୀନ ଛାତା ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି । ଖବର ପାଇ ପୋଲିସ ପହଞ୍ଚି ଉଦ୍ଧାର କାର୍ୟ୍ୟ କରିଥିଲା । ମିଳିଥିବା ସୂଚନା ଅନୁସାରେ, ଇଟା ବୋଝେଇ ଟ୍ରକକୁ ଡିସିଏମ୍ ଟ୍ରକଟି ପଛପଟୁ ଜୋରରେ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ଦୁଇ ଜଣ ଡ୍ରାଇଭର ଏବଂ ଜଣେ ହେଲପରଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ହେଲପର ଗୁରୁତର ଆହତ ହୋଇଛନ୍ତି ।
ପୋଲିସ ଆହତ ହେଲପରଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଇଛି । ଏହାସହ ମୃତଦେହଗୁଡ଼ିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ମୃତକମାନଙ୍କ ପରିବାର ଲୋକଙ୍କୁ ପୋଲିସ ଏ ନେଇ ସୂଚନା ଦେଇଛି ।
Views: 42