ନୂଆଦିଲ୍ଲୀ : ଆମେରିକାର ଟେକ୍ସାସ୍ ଓ ମିସିସିପିରେ ଭୟଙ୍କର ଝଡ଼ ସୃଷ୍ଟି ହୋଇଛି । ଶନିବାର ଗୋଟିଏ ପରେ ଗୋଟିଏ ଝଡ଼ରେ ଅନେକ ଗାଡ଼ି ଏବଂ ଘରର ଛାତ ଉଡ଼ିଯାଇଛି । ବହୁ ସଂଖ୍ୟକ ଗଛ ଓ ପୋଲ ଏଥିରେ କ୍ଷତିଗ୍ରସ୍ତ ହୋଇଛି । ଏହି ଘୂର୍ଣ୍ଣିଝଡ଼ରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଆହତ ହୋଇଛନ୍ତି । ଝଡ଼ର ପ୍ରକୋପ ଏତେ ଅଧିକ ଥିଲା ଯେ ଅନେକ ଘରର ଛାତ ପବନରେ ଉଡ଼ିଯାଇଥିଲା । ବାହାରେ ପାର୍କିଂ ହୋଇଥିବା ଅନେକ ଗାଡ଼ିମୋଟର ମଧ୍ୟ ଓଲଟି ପଡ଼ିଥିଲା । ହ୍ୟୁଷ୍ଟନର ଦକ୍ଷିଣରେ ଥିବା ଲିଭରପୁଲ୍ ଅଞ୍ଚଳରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗମ୍ଭୀର ରୂପେ ଆହତ ହୋଇଛନ୍ତି । ଲିଭରପୁଲ୍ ଏବଂ ହିଲକ୍ରେଷ୍ଟ ଭିଲେଜ ତଥା ଆଲଭିନ୍ ମଧ୍ୟରେ କାଉଣ୍ଟିର ଅନେକ ସ୍ଥାନ ଝଡ଼ ଦ୍ୱାରା ପ୍ରଭାବିତ ହୋଇଛି । ସେ କହିଛନ୍ତି ଯେ ଏ ପର୍ୟ୍ୟନ୍ତ ଅଧିକାରୀମାନେ ପାଖାପାଖି ୧୦ଟି କ୍ଷତିଗ୍ରସ୍ତ ଘରକୁ ଚିହ୍ନଟ କରିଛନ୍ତି । ଆହୁରି କ୍ଷୟକ୍ଷତି ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯାଉଛି । ବହୁ ସଂଖ୍ୟାରେ ଘର, ପ୍ରତିଷ୍ଠାନ ଏବଂ ଦୋକାନ ନଷ୍ଟ ହୋଇଥିବାର ଆଶଙ୍କା କରାଯାଉଛି ।
ଟେକ୍ସାସ ଓ ମିସିସିପିରେ ଭୟଙ୍କର ଝଡ, ପବନରେ ଉଡିଗଲା ଘରର ଛାତ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











