କେନ୍ଦୁଝର : କେନ୍ଦୁଝରରେ ବର୍ଦ୍ଧିତ ସାମାଜିକ ସୁରକ୍ଷା ପେନସନ୍ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କେନ୍ଦୁଝର ଧରଣୀଧର ବିଶ୍ଵବିଦ୍ୟାଳୟ ପଡ଼ିଆରେ ଯୋଜନାର ଶୁଭାରମ୍ଭ କରିଛନ୍ତି । ୮୦ ବର୍ଷରୁ ଊର୍ଦ୍ଧ୍ବ ହିତାଧିକାରୀ ଓ ଦିବ୍ୟାଙ୍ଗଙ୍କୁ ମାସିକ ୩୫୦୦ ଟଙ୍କା ଲେଖାଏ ମିଳିବ ବର୍ଦ୍ଧିତ ଭତ୍ତା । ଜିଲ୍ଲାର ୧୩ ବ୍ଲକର ୯ ହଜାର ୯୧୩ ହିତାଧିକାରୀ ବର୍ଦ୍ଧିତ ପେନସନ ପାଇବେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି , ବିଗତ ଦିନର ସରକାର ଲୋକଙ୍କ ଆଶା ପୂରା କରିବାରେ ଫେଲ୍ ମାରିଥିଲେ । ଯେଉଁ କାରଣରୁ ଗତ ନିର୍ବାଚନରେ ଲୋକ ତାଙ୍କୁ ଉଚିତ୍ ଜବାବ୍ ଦେଇଛନ୍ତି ।
Views: 30