ନୂଆଦିଲ୍ଲୀ : ତୁର୍କୀକୁ ଲାଗିଲା ଆଉ ଏକ ଝଟକା । ଆଜି ଆଉ ଏକ ଝଟ୍କା ଦେଇଛନ୍ତି କେନ୍ଦ୍ର ସରକାର । ଭାରତରେ କାର୍ୟ୍ୟକ୍ଷମ ଥିବା ତୁର୍କୀ ବିମାନ କମ୍ପାନୀ ସେଲେବି ଏୟାରପୋର୍ଟ ସର୍ଭିସେସ୍ର ସୁରକ୍ଷା ମଞ୍ଜୁରୀ ପ୍ରତ୍ୟାହାର କରିନେଇଛନ୍ତି ଭାରତୀୟ ସରକାର । ଜାତୀୟ ସୁରକ୍ଷାର ସ୍ଵାର୍ଥ ଦୃଷ୍ଟିରୁ ଏହି ପଦକ୍ଷେପ ନିଆଯାଇଥିବା ସରକାର ଦର୍ଶାଇଛନ୍ତି । ଭାରତର ୯ଟି ବିମାନବନ୍ଦରରେ ତୁର୍କୀର ସେଲେବି ଆଭିଏସନ ସେବା ପ୍ରଦାନ କରୁଛି । ଏସବୁ ବିମାନବନ୍ଦର ହେଉଛି ଦିଲ୍ଲୀ, ମୁମ୍ବଇ, ବେଙ୍ଗାଲୁରୁ, ହାଇଦ୍ରାବାଦ, ଚେନ୍ନାଇ, ଅହମଦାବାଦ, ଗୋଆ, କୋଚି ଏବଂ କନ୍ନୁର । ବିମାନ ସୁରକ୍ଷା ବ୍ୟୁରୋ ଭାରତୀୟ ବିମାନବନ୍ଦରରେ ତୁର୍କିର ଭୂମି ହ୍ୟାଣ୍ଡଲିଂ କମ୍ପାନୀ ସେଲେବିର ସୁରକ୍ଷା କ୍ଲିୟରାନ୍ସକୁ ତୁରନ୍ତ ପ୍ରଭାବରୁ ବାତିଲ କରିଛି । ଏହି ସୂଚନା ଏକ ସରକାରୀ ନିର୍ଦ୍ଦେଶ ମାଧ୍ୟମରେ ଦିଆଯାଇଥିଲା । ଭାରତ ଏବଂ ପାକିସ୍ତାନ ମଧ୍ୟରେ ସମ୍ପ୍ରତି ହୋଇଥିବା ସାମରିକ ସଂଘର୍ଷ ସମୟରେ, ତୁର୍କୀ ଖୋଲାଖୋଲି ଭାବରେ ପାକିସ୍ତାନକୁ ସମର୍ଥନ କରିଥିଲା । କେବଳ ଏତିକି ନୁହେଁ, ପାକିସ୍ତାନ ଭାରତ ବିରୁଦ୍ଧରେ ବହୁଳ ଭାବରେ ତୁର୍କୀ ଡ୍ରୋନ ବ୍ୟବହାର କରିଥିଲା । କେବଳ ଏତିକି ନୁହେଁ, ପାକିସ୍ତାନରେ ଆତଙ୍କବାଦୀ ଆଡ୍ଡା ଉପରେ ଭାରତର ସାମରିକ କାର୍ୟ୍ୟାନୁଷ୍ଠାନକୁ ତୁର୍କୀ ମଧ୍ୟ ନିନ୍ଦା କରିଛି । ଅନ୍ୟପଟେ ଏହି କ୍ରମରେ ଓଡିଶାର ବିଭିନ୍ନ ବ୍ୟବସାୟୀମାନେ ମଧ୍ୟ ତୁର୍କୀ ସାମଗ୍ରୀ ଉପରେ ରୋକ ଲଗାଇଛନ୍ତି । ତୁର୍କୀରୁ ସାମଗ୍ରୀ ଆଣିବେନି ବୋଲି ରୋକଠୋକ୍ ମନା କରି ଦେଇଛନ୍ତି । ବିକାଶ ମଣ୍ଡଳ, ଭଦ୍ରକର ଜଣେ ଫଳ ବ୍ୟବସାୟୀ କହିଛନ୍ତି, ଆମ ଶତ୍ରୁ ଦେଶ ପାକିସ୍ତାନକୁ ତୁର୍କୀ ସାହାଯ୍ୟ କରିଥିବାରୁ ତୁର୍କୀଠାରୁ ଆଉ ଆମେ କୌଣସି ଫଳ ଆଣିବୁନି । ତୁର୍କୀକୁ ବେଶି ସେଓ ଆସୁଥିବା ବେଳେ ଏହାକୁ ବନ୍ଦ କରିଛୁ ।
ତୁର୍କୀକୁ ଲାଗିଲା ଆଉ ଏକ ଝଟକା, ବିମାନ କମ୍ପାନୀ ସେଲେବି ସର୍ଭିସେସର ସୁରକ୍ଷା ମଞ୍ଜୁରୀ ପ୍ରତ୍ୟାହାର କଲେ ଭାରତ ସରକାର

Facebook
Twitter
LinkedIn
Facebook
Twitter
LinkedIn
Recent News
ବାଗେଶ୍ୱର ଧାମ ନିକଟରେ କାନ୍ଥ ଭୁଶୁଡି ଜଣଙ୍କର ଜୀବନ ଗଲା , ୧୧ ଜଣ ଆହତ
ନୂଆଦିଲ୍ଲୀ : ବାଗେଶ୍ୱର ଧାମରେ ଭୁଶୁଡିଲା କୋଠା । ମଧ୍ୟପ୍ରଦେଶ ଛତରପୁର ଜିଲ୍ଲା ବାଗେଶ୍ୱର ଧାମନିକଟରେ ଥିବା ଏକ ଢାବାରେ କାନ୍ଥ ଭୁଶୁଡିପଡିଛି । ଏହି ଘଟଣାରେ...
ଆମେରିକାରେ ଗୁଳିକାଣ୍ଡ, ୩ ଜଣଙ୍କର ଜୀବନ ଯାଇଥିବା ବେଳେ ୧୦ ଜଣ ଆହତ
ନୂଆଦିଲ୍ଲୀ : ଆମେରିକାରେ ପୁଣି ଥରେ ଗୁଳିକାଣ୍ଡର ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ସୋମବାର ସକାଳେ ଦକ୍ଷିଣ ଫିଲାଡେଲଫିଆର ଏକ ଅଞ୍ଚଳରେ ଗୁଳିକାଣ୍ଡ...
ଜଙ୍ଗଲରୁ ମାଓ କ୍ୟାମ୍ପ ଠାବ
ନୂଆପଡା : ଜଙ୍ଗଲରୁ ମାଓ କ୍ୟାମ୍ପ ଠାବ । ନୂଆପଡ଼ା ନାରାୟଣ ଡୋଙ୍ଗରୀ ସଂରକ୍ଷିତ ଜଙ୍ଗଲରୁ ଠାବ ହୋଇଛି ମାଓ କ୍ୟାମ୍ପ । ଯବାନଙ୍କୁ ଟାର୍ଗେଟ କରି...
୧୪ ଦେଶକୁ ଟ୍ରମ୍ପଙ୍କ ଟାରିଫ ମାଡ
ନୂଆଦିଲ୍ଲୀ : ୧୪ ଟି ଦେଶ ଉପରେ ନୂଆ ଟାରିଫ ପ୍ଲାନ ଘୋଷଣା । ଅଗଷ୍ଟ ୧ ତାରିଖରୁ ଲାଗୁ ହେବ ନୂଆ ଟାରିଫ ।େ୧୪ ଦେଶକୁ...