The Ultimate Managed Hosting Platform
ADVERTISEMENT

ଟ୍ରମ୍ପଙ୍କ ଭାବନାକୁ ସମ୍ମାନ ଜଣାଉଛି-ମୋଦି

Facebook
Twitter
LinkedIn

ନୂଆଦିଲ୍ଲୀ : ଭାରତକୁ ନେଇ ଟ୍ରମ୍ପଙ୍କ ପ୍ରତିକ୍ରିୟାର ଜବାବ ରଖିଲେ ପ୍ରଧାନମନ୍ତ୍ରୀ ମୋଦି । ଏକ୍ସରେ ପୋଷ୍ଟ କରି ପ୍ରତିକ୍ରିୟା ରଖିଲେ ପ୍ରଧାନମନ୍ତ୍ରୀ ମୋଦି । ଭାରତ ଆମେରିକା ସମ୍ପର୍କକୁ ନେଇ ଟ୍ରମ୍ପଙ୍କ ଭାବନାକୁ ସମ୍ମାନ ଜଣାଉଛି । ଭାରତ-ଆମେରିକା ମଧ୍ୟରେ ସକରାତ୍ମକ ସହଭାଗିତା ରହିଛି । ଉଭୟ ରାଷ୍ଟ୍ର ଅନ୍ତର୍ଜାତୀୟ ସ୍ତରରେ ଏକ୍ତ କାମ କରିବାକୁ ଆଗ୍ରହୀ । ଭାରତ-ଆମେରିକା ସମ୍ପର୍କରେ ତିକ୍ତତା ସତ୍ତ୍ୱେ ଆମେରିକା ରାଷ୍ଟ୍ରପତି ସେମାନଙ୍କ ଦୃଢ଼ ବ୍ୟକ୍ତିଗତ ସମ୍ପର୍କକୁ ପ୍ରଶଂସା କରିବା ଦେଖିବାକୁ ମିଳିଥିଲା। ସେ ମୋଦୀଙ୍କୁ ‘‘ଜଣେ ମହାନ ପ୍ରଧାନମନ୍ତ୍ରୀ’’ ବୋଲି କହିବା ପରେ ତାଙ୍କର ଏହି ମନ୍ତବ୍ୟ ବେଶ୍ ଚର୍ଚ୍ଚା ଧରିଥିଲାା। ମୋଦୀଙ୍କ ସହ ତାଙ୍କ ବନ୍ଧୁତ୍ବ ସବୁବେଳେ ରହିବ ବୋଲି ମଧ୍ୟ ଟ୍ରମ୍ପ୍ କହିଥିଲେ। ମୋଦୀଙ୍କ ଟ୍ରମ୍ପ୍ ପ୍ରଶଂସା କରିବାର କିଛି ଘଣ୍ଟା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏ ଉପରେ ନିଜର ମତ ରଖିଛନ୍ତି। ମୋଦି କହିଛନ୍ତି ଯେ ‘‘ଡୋନାଲ୍ଡ ଟ୍ରମ୍ପଙ୍କ ଭାବନାକୁକୁ ସମ୍ମାନ ଜଣାଇଛି ଏବଂ ତାଙ୍କ ଭାବପ୍ରବଣତାରେ ମୁଁ ସଂପୂର୍ଣ୍ଣ ସହମତ’’। ଦୀର୍ଘ ଦିନର ତିକ୍ତତା ଓ ଟାରିିଫ୍ ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ୟୁ-ଟର୍ଣ୍ଣ ଦେଖିବାକୁ ମିଳିଥିଲା। ସେ ମୋଦୀଙ୍କ ସହ “ସର୍ବଦା ବନ୍ଧୁ ରହିବେ” ବୋଲି କହିବା ପରେ ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟ ଆସିଛି। କେବଳ ସେତିକି ନୁହେଁ; ଆମେରିକା ଓ ଭାରତର ଗଭୀରତମ ସଂପର୍କ ବିଷୟରେ ବି ଟ୍ରମ୍ପ୍ ଆଲୋକପାତ କରିଥିଲେ। ଯାହା ଉପରେ ମୋଦୀ ପ୍ରତିକ୍ରିୟା ରଖିଛନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login