ମୁମ୍ବାଇ : ଟିଭି ଆକ୍ଟର ଆଶିଷ କପୁର ଗିରଫ । ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ବନ୍ଧା ହେଲେ । ଜଣେ ୨୭ ବର୍ଷୀୟ ମହିଳା ଆଣିଲେ ସାଙ୍ଘାତିକ ଅଭିଯୋଗ । ଆଶିଷଙ୍କୁ ମହାରାଷ୍ଟ୍ରର ପୁନେରୁ ଗିରଫ କରାଯାଇଛି । ନର୍ଥ ଦିଲ୍ଲୀର ସିଭିଲ ଲାଇନ୍ସ ଅଞ୍ଚଳରେ ଅଭିନେତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ତାଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆସିଛି । ଜଣେ ୨୭ ବର୍ଷୀୟ ମହିଳା ତାଙ୍କ ବିରୋଧରେ ବଳାତ୍କାର ମାମଲା ଦାୟର କରିଛନ୍ତି ।ଦିଲ୍ଲୀ ପୋଲିସ କହିଛି ଯେ ଆଶିଷ କପୁର ଜଣେ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଅଛନ୍ତି । ମହିଳା ଜଣକ ତାଙ୍କ ବିରୋଧରେ ନର୍ଥ ଦିଲ୍ଲୀ ପୋଲିସ ଷ୍ଟେସନରେ ଏକ ଏଫଆଇଆର ଦାୟର କରିଥିଲେ । ପୋଲିସ ଆଶିଷ କପୁରଙ୍କୁ ଖୋଜୁଥିଲା । ତାଙ୍କର ଲୋକେସନ୍ ପୁଣେରେ ମିଳିଛି, ଯେଉଁଠାରୁ ତାଙ୍କୁ ଗିରଫ କରାଯାଇଛି । ପୋଲିସ କହିଛି ଯେ ମହିଳା ଜଣକ ଅଭିଯୋଗ କରିଛନ୍ତି ଯେ ଆଶିଷ ଗତ ମାସରେ ଦିଲ୍ଲୀରେ ଏକ ହାଉସ୍ ପାର୍ଟି ସମୟରେ ତାଙ୍କୁ ଦୁଷ୍କର୍ମ କରିଥିଲେ । ତେବେ ପୋଲିସ ଏ ନେଇ ତଦନ୍ତ ଚଳାଇଛି । ୟେ ରିସ୍ତ କ୍ୟା କେହଲାତା ହୈ ସିରିୟଲରେ ଅଭିନୟ କରିଥିଲେ ଆଶିଷ ।
ଟିଭି ଆକ୍ଟର ଆଶିଷ କପୁର ଗିରଫ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











