The Ultimate Managed Hosting Platform
ADVERTISEMENT

ଜୋରସୋରରେ ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ…

Facebook
Twitter
LinkedIn

ପୁରୀ : ପୁରୀରେ ଜୋରସୋରରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ । ସୂଚନା ଅନୁଯାୟୀ, ରବିବାର ରଥରେ ଗୟଳ ମୋଡ଼ା କାର୍ଯ୍ୟ ସରିଛି । ରଥ ଖଳାରେ ଦୁଆରଘଡ଼ା କାମ ଆରମ୍ଭ ହୋଇଛି ।

ଅଂଳା କାମ ଆରମ୍ଭ କରିଛନ୍ତି ବିଶ୍ୱକର୍ମା । ଚନ୍ଦ୍ରଶାଳିରେ ଲାଗିଥାଏ ଅଂଳା । ଦୁଆରଘଡ଼ାର ଉପରଅଂଶ ଚନ୍ଦ୍ରଶାଳି । ତିନି ରଥର ୪ଟି ଲେଖା କତରା ସରିଛି । ତୀଖଗୁଜ ଓ ଦଣ୍ଡାରେ ପିଟା ହେବ କତରା । ରଥ ଚାରିପଟେ ଯୋକା ପ୍ରସ୍ତୁତ ରହିଛି । ଓଝା ସେବକମାନେ ଯୋକା କଣ୍ଟା ପ୍ରସ୍ତୁତ କରିଛନ୍ତି । ରଥର ଗୟଳ, ଦଣ୍ଡା ଓ ଅଖକୁ ଯୋକା ବାନ୍ଧିରଖିବ ।

ରଥରେ ଗୟଳ କାମ ସରିଛି । ବିଶ୍ୱକର୍ମାମାନେ ଗୟଳରେ ବିନ୍ଧ କରି ଟାଣ ଆଣ୍ଟିଛନ୍ତି । ଦଣ୍ଡା ଉପରେ ଅଂଶୁଆରି ଓ ଟାଣ ଲଗାଯାଇ ଗୟଳ ରହିଛି । ପୋଲ ଓ ଛନ୍ଦା ଗୟଳ ମିଶି ତାଳଧ୍ୱଜ ଓ ନନ୍ଦିଘୋଷ ରଥରେ ୧୨ଟି ଲେଖାଏଁ ଓ ଦେବଦଳନ ରଥରେ ୮ଟି ଗୟଳ ପଡିଥିବା ବିଶ୍ୱକର୍ମାମାନେ କହିଛନ୍ତି । ଗୟଳ ଉପରେ ପଟା ପଡିବ । ଗୟଳ କାମ ପରେ ଏଣିକି ରଥରେ ଯୋକା ପକାଯିବ । ନନ୍ଦିଘୋଷ ଓ ତାଳଧ୍ୱଜ ରଥରେ ୧୬ ଗୋଟି ଲେଖାଏଁ ଯୋକା ଲାଗିଥାଏ । ଦେବଦଳନ ରଥରେ ୧୨ଟି ଯୋକା ଲାଗିବ । ରଥର କୋଣରେ ଯୋକା ସ୍ଥାପନ କରାଯିବ।

ଛଅ କାଠ ଉଠିବାକୁ ରଥରେ ଫାଳିବାଡ଼ିଆ ହୋଇଛି । ଭୋଇସେବକମାନେ ଫାଳିରେ ଠିଆହୋଇ ଛଅ କାଠ ଉଠାଇବେ । ରଥଖଳାରେ ଗାରେଡ଼ି ନିର୍ମାଣ ଚାଲିଛି । ଭୋଇସେବକମାନେ ସାରଥି ଓ ଘୋଡ଼ା ବୋହିନେବା ପାଇଁ ବିଶ୍ୱକର୍ମାମାନେ ସାଙ୍ଗି ତିଆରି କରିଛନ୍ତି । ରଥର ଚଉଦନାହାକା ପ୍ରସ୍ତୁତ ରହିଛି । ଯୋକା ପଡ଼ିଲା ପରେ ରଥରେ ଚଉଦନାହାକା ବୁଲିବ । ରୂପକାର ଓ କରତିସେବକମାନେ ନିଜ ନିଜ କାର‌୍ୟ୍ୟରେ ବ୍ୟସ୍ତ ରହିଛନ୍ତି । ଦୋଳବେଦିରେ ଓଝା ସେବକମାନେ ପୋଟଳ ପାଇଁ ଗୋଡ଼ିଛାଲ କଣ୍ଟା ଓ ଭୂଇଁ କଣ୍ଟା ଆଦି ଲୁହା ସାମଗ୍ରୀ ନିର୍ମାଣ କରୁଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ମୁକ୍ତ ହେବେ ୨ ହଜାର ପାଲେଷ୍ଟାଇନ , ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା

ମୁକ୍ତ ହେବେ ୨ ହଜାର ପାଲେଷ୍ଟାଇନ , ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା

ନୂଆଦିଲ୍ଲୀ : ଗାଜାରେ ଯୁଦ୍ଧବିରତି ଚୁକ୍ତିକୁ ଇସ୍ରାଏଲ କ୍ୟାବିନେଟର ମଞ୍ଜୁରୀ । ବନ୍ଦୀ ହୋଇ ରହିଥିବା ସମସ୍ତ ବ୍ୟକ୍ତିଙ୍କୁ ମୁକ୍ତ କରିବାକୁ ଅନୁମୋଦନ । ୭୨ ଘଣ୍ଟା...

ADVERTISEMENT
ଆସନ୍ତା କାଲିଠାରୁ ରାଜ୍ୟରେ ବର୍ଷା ସମ୍ଭାବନା; ପାଣିପାଗ ବିଭାଗ

ପୁଣି ଦାନା ବାନ୍ଧୁଛି ଆଉ ଏକ ଘୂର୍ଣ୍ଣିବଳୟ , ୧୨ ଯାଏଁ ବର୍ଷା ଜାରି

ଭୁବନେଶ୍ୱର : ଦାନା ବାନ୍ଧୁଛି ଆଉ ଏକ ଘୂର୍ଣ୍ଣିବଳୟ । ଆଜି ଉତ୍ତର-ବଙ୍ଗୋପସାଗର ଅଞ୍ଚଳରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା । ସୃଷ୍ଟ ଘୂର୍ଣ୍ଣିବଳୟ ବିଶେଷ...

ପାକିସ୍ତାନରେ ଇଣ୍ଟରନେଟ ବନ୍ଦ ; ଟିଏଲପି ବିକ୍ଷୋଭ ନେଇ ବନ୍ଦ

ପାକିସ୍ତାନରେ ଇଣ୍ଟରନେଟ ବନ୍ଦ ; ଟିଏଲପି ବିକ୍ଷୋଭ ନେଇ ବନ୍ଦ

ଇସଲାମବାଦ : ପାକିସ୍ତାନରେ 3G/4G ଇଣ୍ଟରନେଟ ସେବା ବନ୍ଦ । ଇସଲାମବାଦ ଓ ରାୱଲପିଣ୍ଡିରେ ଇଣ୍ଟରନେଟ ବନ୍ଦ । ପାକିସ୍ତାନ ଆଭ୍ୟନ୍ତରୀଣ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ନିଷ୍ପତ୍ତି...

Login