The Ultimate Managed Hosting Platform
ADVERTISEMENT

ଚନ୍ଦକାରୁ ଆସିଲା ମାହୁନ୍ତ, ହାତୀ ପାଖକୁ ଗଣମାଧ୍ୟମକୁ ନଯିବା ପାଇଁ ବନବିଭାଗର ବାରଣ…

Facebook
Twitter
LinkedIn

ଆଠଗଡ଼ : ହାତୀ ପାଖକୁ ନଯିବା ପାଇଁ ବନବିଭାଗର ବାରଣ । ନରସିଂହପୁର ପଶ୍ଚିମ ବନାଞ୍ଚଳ ଅଧିନ ଜୟପୁର ସଂରକ୍ଷିତ ଜଙ୍ଗଲରେ ଶିକାରୀ ଗୁଳିରେ ଆହତ ହୋଇ ମୃତ୍ୟୁ ସହିତ ସଂଗ୍ରାମ କରୁଥିବା ଦନ୍ତାହାତୀ । ଦନ୍ତାହାତୀ ପାଖକୁ ଗଣମାଧ୍ୟମକୁ ନଯିବାକୁ ବନ ବିଭାଗ ବାରଣ କରିଛି । ତେବେ ବନବିଭାଗ ନିଜର ଦୋଷ ଦୁର୍ବଳତାକୁ ଲୁଚାଇବା ପାଇଁ ଚେଷ୍ଟା କରୁଛି ବୋଲି ଅଭିଯୋଗ ଆସୁଛି। ସେପଟେ ଅସୁସ୍ଥ ହାତୀର ଚିକିତ୍ସା ପାଇଁ ଓୟୁଏଟି ପକ୍ଷରୁ ଚନ୍ଦକାରୁ ମାହୁନ୍ତ ଆସିଛନ୍ତି। ହାତୀର ଚିକିତ୍ସା ପାଇଁ ବନବିଭାଗ ପାରୁପର‌୍ୟ୍ୟନ୍ତ ଉଦ୍ୟମ ଆରମ୍ଭ କରୁଛି। ଓୟୁଏଟି ପକ୍ଷରୁ ସର୍ଜରି ପ୍ରଫେସର ଇନ୍ଦ୍ରମଣି ନାଥ ଏବଂ ମେଡ଼ିସିନ ସ୍ପେସିଆଲିଷ୍ଟ ନିରଞ୍ଜନ ସାହୁଙ୍କ ସମେତ ସାତକୋଶିଆ ୱାଇଲ୍ଡ ଲାଇଫ ପକ୍ଷରୁ ଡାକ୍ତର କିଶୋର କୁମାର ସାହୁ, ନରସିଂହପୁର ବିଭିଓ ପ୍ରମୁଖ ଡାକ୍ତରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଅସୁସ୍ଥ ହାତୀର ଚିକିତ୍ସା ଆରମ୍ଭ କରିଛନ୍ତି। ମେଟାଲ ଡିଟେକ୍ଟର ପକାଇ ହାତୀର ଚିକିତ୍ସା କରିବା ସହ ୩୦ ରୁ ୪୦ଟି ସଲାଇନ, ଔଷଧ ଇଞ୍ଜେକ୍ସନ ସହିତ ଡ୍ରେସିଂ କରାଯାଇଥିଲା। ହାତୀକୁ ୧୫ରୁ ଅଧିକ କେ.ଜି ତରଭୁଜ, କାକୁଡ଼ି, କଖାରୁ ଖାଇବାକୁ ଦିଆଯାଇଛି।

ସୂଚନା ଅନୁଯାୟୀ, ନରସିଂହପୁର ପଶ୍ଚିମାଞ୍ଚଳ ରେଞ୍ଜ ଅଧୀନ ଜୟପୁର ସଂରକ୍ଷିତ ଜଙ୍ଗଲରେ ଗୁଳିବିଦ୍ଧ ଦନ୍ତାର ୫ ଦିନ ହେଲା ଚିକିତ୍ସା ଚାଲିଛି । ଓୟୁଏଟି ପ୍ରାଣୀ ବିଶେଷଜ୍ଞ ଟିମ୍ ଏବଂ ବନ୍ୟପ୍ରାଣୀ ବିଶେଷଜ୍ଞ ଦନ୍ତାର ଚିକିତ୍ସା କରୁଛନ୍ତି। ହାତୀର ସ୍ୱାସ୍ଥ୍ୟ ଅବସ୍ଥାରେ ବିଶେଷ ଉନ୍ନତି ଆସିନାହିଁ। ହାତୀଟି ଖାଦ୍ୟ ଗ୍ରହଣ କରୁଥିଲେ ମଧ୍ୟ ପୂର୍ବ ପରି ଖାଇପାରୁନି । ଫଳରେ ଦିନକୁ ଦିନ ଦୁର୍ବଳ ହୋଇଯାଉଛି । ହାତୀ ଆଦୌ ଉଠି ପାରୁନାହିଁ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login