ବ୍ୟୁରୋ : ଛାଡପତ୍ରର ୪ ବର୍ଷ ପରେ ଅଭିନେତ୍ରୀ ସମନ୍ଥା ଦେଲେ ଖୁସି ଖବର ।ପ୍ରେମିକ ରାଜଙ୍କୁ କଲେ ଦ୍ୱୀତାୟ ବିବାହ । ଏନେଇ ସୋସିଆଲ ମିଡିଆରେ ଏକ ଫଟୋ ପୋଷ୍ଟ କରିଥିବା ଦେଖିବାକୁ ମିଳିଛି । ତେବେ ଏହା ଉଭୟଙ୍କ ଦ୍ବିତୀୟ ବିବାହ । ଚୈତନ୍ୟଙ୍କୁ ପୂର୍ବରୁ ସାମନ୍ଥା ବିବାହ କରିଥିବାବେଳେ ସେମାନଙ୍କ ବିଚ୍ଛେଦ ହୋଇସାରିଛି । ସେମାନେ ୨୦୧୭ ମସିହାରେ ପ୍ରେମ ବିବାହ କରିଥିଲେ । ୨୦୨୨ ମସିହାରେ ସେମାନଙ୍କର ବିଚ୍ଛେଦ ହୋଇଥିଲା । ଛାଡ଼ପତ୍ର ପରେ ଡିପ୍ରେସନରେ ରହିଥିଲେ ସାମନ୍ଥା । ଏବେ ତାଙ୍କର ଦ୍ବିତୀୟ ବିବାହ ହୋଇଥିବା ଖବର ସାମ୍ନାକୁ ଆସିବା ପରେ ସମସ୍ତେ ଶୁଭେଚ୍ଛା ଜଣାଇଛନ୍ତି ।
Views: 22










