ନୂଆଦିଲ୍ଲୀ : ଛତ୍ରପତି ଶିବାଜୀଙ୍କ ଅମଳର ମରାଠା ଦୁର୍ଗକୁ ମିଳିଲା ୟୁନେସ୍କୋର ମାନ୍ୟତା । ବିଶ୍ବ ଐତିହ୍ୟ ତାଲିକାରେ ପାଇଲା ସ୍ଥାନ । ୟୁନେସ୍କୋ ଐତିହ୍ୟ ତାଲିକାରେ ସାମିଲ ହେଲା ‘ମରାଠା ସୈନ୍ୟଭୂମି, ଯାହା ଭାରତର ୪୪ତମ ୟୁନେସ୍କୋ ମାନ୍ୟତା ପାଇଛି । ଏହାକୁ ନେଇ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରିଛନ୍ତି । ଏହାସହିତ ମୋଦିଙ୍କୁ କ୍ତଜ୍ଞତା ଜଣାଇଛନ୍ତି । ପ୍ୟାରିସରେ ୪୭ତମ ବିଶ୍ୱ ଐତିହ୍ୟ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏନେଇ ବିଦେଶିକ ମନ୍ତ୍ରୀ ଓ ପର୍ୟ୍ୟଟନ ମନ୍ତ୍ରୀ ଟୁଇଟ୍ କରି ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ ଏହି ଐତିହାସିକ ସଫଳତାକୁ ପ୍ରଶଂସା କରିଛନ୍ତି ।
Views: 39











