ବ୍ୟୁରୋ : ଗରମ ଦିନେ ସ୍କିନକୁ କେମିତି ରଖିବେ ଫ୍ରେସ ? କେମିତି କରିବେ ଘରୋଇ ଉପଚାର ? ଖରା ଦିନରେ ମୁହଁର ସ୍କିନରେ କଳାପଣ ବଢିଯାଏ । ତେଣୁ ଏଥି ପାଇଁ ସମସ୍ତେ ଚିନ୍ତିତ ହୋଇଯାଆନ୍ତି । ଗ୍ଲୋଇଁ ତ୍ୱଚା ପାଇଁ ସମସ୍ତେ ଚାହାନ୍ତି । ତେଣୁ କେମିତି ଆପଣଙ୍କ ଫେସକୁ ରଖିବେ ସୁନ୍ଦର । ଆସନ୍ତୁ ଜାଣିବା ….. କଣ ରହିଛି ଏହାର ଘରୋଇ ଉପଚାର ।
ଗୋଲାପ ଫୁଲ ଆମ ସ୍କିନ୍ ପାଇଁ ବେଶ୍ ଲାଭପ୍ରଦ । ଲୋକମାନେ ଗୋଲାପକୁ ଅନେକ ଉପାୟ ମାଧ୍ୟମରେ କାର୍ୟ୍ୟକାରୀ କରିଥାନ୍ତି । ଖରାଦିନେ ସ୍କିନରେ କଳାପଣ ବଢିଥାଏ । ତେଣୁ ଝିଅମାନେ ତାଙ୍କ ଗ୍ଲୋଇଂ ତ୍ବଚାର ଯତ୍ନ ରଖିଥାନ୍ତି । ତେବେ ଆସନ୍ତୁ ମୁହଁରେ ତ୍ବଚାକୁ ବଢାଉଥିବା ଗୋଲାପ ଫୁଲର ଉପଯୋଗୀତା ସମ୍ପର୍କରେ ଜାଣିବା ।

ଶୁଷ୍କ ଏବଂ ଖରାପ ତ୍ୱଚାରୁ ମୁକ୍ତି ପାଇବା ପାଇଁ ଆପଣ ଗୋଲାପ ଜଳ ବ୍ୟବହାର କରିପାରିବେ ।ଗୋଲାପ ପାଖୁଡାକୁ ୩ରୁ୪ ଘଣ୍ଟା ପର୍ୟ୍ୟନ୍ତ ପାଣିରେ ଭିଜାଇ ରଖନ୍ତୁ । ତାର ଏକ ପାଣି ପ୍ରସ୍ତୁତ କରନ୍ତୁ । ସେହି ପାଣିରେ ଦୁଇ ଚାମଚ ମହୁ ମିଶାଇ ସ୍କିନରେ ଆପ୍ଲାଏ କରନ୍ତୁ । ୨୦ରୁ ୨୫ ମିନିଟ୍ ପର୍ୟ୍ୟନ୍ତ ରଖି ପାଣିରେ ମୁହଁ ଧୋଇନିଅନ୍ତୁ । ଏଭଳି ଉପାୟକୁ ଆପଣାଇବା ଦ୍ବାରା ମୁହଁରେ ଚମକ ଆଣିବାରେ ସହାୟକ ହୋଇଥାଏ ।

ତ୍ୱଚାକୁ ଯୁବା ଏବଂ କୋମଳ ରଖିବା ପାଇଁ ଏହା ଆମକୁ ସାହାଯ୍ୟ କରିଥାଏ । ଏହି ସ୍କ୍ରବ ବନାଇବା ପାଇଁ ଗୋଲାପ ପାଖୁଡାକୁ ଧୋଇନିଅନ୍ତୁ । ଆବଶ୍ୟକ ଅନୁଯାୟୀ ୪ ଚାମଚ ବେସ୍ ଏବଂ କ୍ଷୀର ମିଶାଇ ଏହାର ପେଷ୍ଟ ବନାନ୍ତୁ । ୩-୪ ମିନିଟ ରଖି ପାଣିରେ ଧୋଇନିଅନ୍ତୁ । ଫେସପ୍ୟାକ୍ ଭାବେ ମଧ୍ୟ ଏହାକୁ ବ୍ୟବହାର କରାଯାଇପାରିବ ।
ଗୋଲାପ ଫୁଲର ତେଲ ମଧ୍ୟ ଆ ସ୍କିନକୁ ଭଲ ଫାଇଦା ଦେଇଥାଏ । ଏହାର ନିୟମିତ ବ୍ୟବହାର ଦ୍ବାରା ତ୍ବଚାକୁ ନରମ ଏବଂ କୋମଳ ରଖିଥାଏ । ଗୋଲାପ ତେଲର ଲଗାଇବା ଫଳରେ ମୁହଁରେ ଥିବା ଦାଗକୁ ହଟାଇବାରେ ସାହାଯ୍ୟ କରିଥାଏ ।ଏହାର ତେଲକୁ ୧୫-୨୦ମିନିଟ୍ ରଖିବାଦ୍ବାରା ଚେହେରାରେ ଗ୍ଲୋ ଆଣିଥାଏ ।