ଗଞ୍ଜାମ (ରମେଶ କୁମାର ସାହୁ) : ଉତ୍ସବ ମୁଖର ଗଞ୍ଜାମ ପବିତ୍ର ଚୈତ୍ର ମାସର ପାରମ୍ପରିକ ପ୍ରସିଦ୍ଧ ଦଣ୍ଡନାଚ ସାଙ୍ଗକୁ ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମାଁ ତାରାତାରିଣୀଙ୍କ ଚଇତିପର୍ବରେ ପ୍ରତି ମଙ୍ଗଳବାର ଦିନ ମାଁଙ୍କ ପୀଠରେ ହଜାର ହଜାର ଭକ୍ତଙ୍କ ଭିଡ ଜମୁଥିବା ବେଳେ ଚୈତ୍ର ମାସର ୪ଟି ମଙ୍ଗଳବାର ଏବଂ ପଣା ସଂକ୍ରାନ୍ତିରେ ମାଁଙ୍କ ପିଠରେ ମାନସିକ ଧରିମାନେ ନିଜେ ନିଜର ଛୁଆ ମାନଙ୍କୁ ନେଇ ମା’ଙ୍କ ପିଠ ନିକଟରେ ମୁଣ୍ଡନ କରି ଭୋଜିଭାତ କରିଥାନ୍ତି । ସେହିପରି ଗଞ୍ଜାମର ପ୍ରସିଦ୍ଧି ଦଣ୍ଡନାଚ ସାରା ଜିଲ୍ଲାରେ ଏକ ବଡ ପର୍ବ ରୁପେ ପାଳିତ ହୋଇଥାଏ । ମାନସିକ ଦଣ୍ଡ ଧାରୀ ଭକ୍ତ ମାନେ ନିଜ ଗୃହ ପରିତ୍ୟାଗ କରି ଦିର୍ଘ ୧୩ ଦିନ ବ୍ୟାପି ଏହି ଉତ୍ସବରେ ଯୋଗ ଦେଇଥାନ୍ତି । ନିକଟ ଅଞ୍ଚଳର ମାଁ କାଲୀଙ୍କ ମନ୍ଦିରକୁ ଯାଇ ସକଂଳ୍ପ ସହ ପଇତା ଧାରଣ କରିଥାନ୍ତି । ମା ଦଣ୍ଡକାଳିଙ୍କୁ ଏକ ସୁସଜ୍ଜିତ ପ୍ରଭା ମାଧ୍ୟମରେ ମାଙ୍କୁ ଧାରଣ କରି ଗାଁରୁ ଗାଁ ବୁଲି ମଧ୍ୟାହ୍ନରେ ଧୁଳି ଦଣ୍ଡ ପରେ ପାଣିଦଣ୍ଡ ସନ୍ଧ୍ୟାରେ ମାଁଙ୍କ ଆଳତି ଏବଂ ମଧ୍ୟରାତ୍ରୀରେ ୧୩ ଭୁକୁତାପ୍ରାଦ ସେବନ ପରେ ମାଁ କାଳୀଙ୍କୁ ପ୍ରଶ୍ନ କରାଯାଇଥାଏ ପରେ ସାଂସ୍କୃତିକ କାର୍ୟ୍ୟକ୍ରମ କରାଯାଇଥାଏ। ଏହି ଦଣ୍ଡନାଚ ମାଁ କାଳି ଏବଂ ଭଗବାନ ଶବିଙ୍କୁ ନେଇ କରାଯାଇଥାଏ। ସେହିଭଳି ହାତରେ ନିଆଁ ହୁଳାକୁ ଧରି ଝୁଣା ମାରି, ପତାକା, ମୟୁର ପିଛଂ ଧରି ଢୋଲ ଘଟଂ ବାଦ୍ୟର ତାଳେତାଳ ଦେଇ ଖାଲି ପାଦରେ ଗ୍ରାମକୁ ଗ୍ରାମ ପରିକ୍ରମା କରି ଅତି ନିଷ୍ଠାର ସହ ଦିନ ଗୋଟିଏ ଥର ଭାତ ଖାଆନ୍ତି। ଏହିପରି ୧୩ ଦିନ ପାଳନ କରାଯାଇଥାଏ ।
ଗଞ୍ଜାମ ଦଣ୍ଡ ନାଚରେ ଜମୁଛି ଭକ୍ତଙ୍କ ଭିଡ

Facebook
Twitter
LinkedIn
Facebook
Twitter
LinkedIn
Recent News
ଆମ୍ବ ପାଇଁ ସ୍ୱାମୀ ସହ ଝଗଡା କରି ଜୀବନ ହାରିଲେ ସ୍ତ୍ରୀ
ବିହାର : ଆମ୍ବ ପାଇଁ ସ୍ୱାମୀ ସହ ଝଗଡା କରି ଜୀବନ ହାରିଲେ ସ୍ତ୍ରୀ । ବିହାର ସିବାନ ଜିଲ୍ଲାରେ ଘଟିଛି ଏହି ଘଟଣା । ଭଗବାନପୁର...
ରୋହିଙ୍ଗ୍ୟା ସନେ୍ଦହରେ ପ୍ରାୟ ୪୪୦ ଅଟକ
ଝାରସୁଗୁଡା : ଝାରସୁଗୁଡ଼ାରେ ରୋହିଙ୍ଗ୍ୟା । ରୋହିଙ୍ଗ୍ୟା ସନ୍ଦେହରେ ପ୍ରାୟ ୪୪୦ ଜଣ ଅଟକ। ଝାରସୁଗୁଡାର ବ୍ଲାକ ଡାଇମଣ୍ଡ ସ୍କୁଲ ଓ ଏକ କଲ୍ୟାଣ ମଣ୍ଡପରେ ଅଟକମାନଙ୍କୁ...
ଆସନ୍ତାକାଲି ଭାରତ ବନ୍ଦ, ମିଳିତ ମଞ୍ଚର ଧର୍ମଘଟ ଡାକରା
ନୂଆଦିଲ୍ଲୀ : ଆସନ୍ତାକାଲି ଭାରତ ବନ୍ଦ । ୨୫ କୋଟିରୁ ଅଧିକ ଶ୍ରମିକ, ଯେଉଁମାନେ ବ୍ୟାଙ୍କିଙ୍ଗ, ଡାକ ସେବା, ଖଣି, ନିର୍ମାଣ ଓ ପରିବହନ ଭଳି ସରକାରୀ...
ଆସାମରେ ଭୂକମ୍ପର ଝଟକା
ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...