ନୂଆଦିଲ୍ଲୀ : ମିଆଁମାର ଭୂକମ୍ପରେ ୧ ହଜାରରୁ ଉଦ୍ଧ୍ୱର୍ ଲୋକଙ୍କ ମୃତ୍ୟୁ ଘଟଣା । ଭାରତ ପକ୍ଷରୁ ସହାୟତା ପାଇଁ ଆରମ୍ଭ ହେଲା ଅପରେସନ ବ୍ରହ୍ମା । ଉଦ୍ଧାର ପାଇଁ ଭାରତରୁ ୮୦ ଜଣିଆ ଏନଡିଆରଏଫ ଟିମ୍ । ୧୫ ଟନର ରିଲିଫ ସାମଗ୍ରୀ ମଧ୍ୟ ବାୟୁସେନା ବିମାନରେ ଗଲା । ଟେଣ୍ଟ , ବ୍ଲାଙ୍କେଟ, ସ୍ଲିପିଙ୍ଗ ବ୍ୟାଗ, କିଟସ୍ , ଜେନେରେଟର ପଠାଗଲା । ମିଆଁମାରରେ ୧୦୦୨ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦୦୦ରୁ ଅଧିକ ଆହତ ହୋଇଛନ୍ତି । ଆଗକୁ ମୃତ୍ୟୁ ସଂଖ୍ୟା ବଢିପାରେ । ମିଆଁମାରର ଭୂକମ୍ପର ପ୍ରଭାବ ୯୦୦ କିମି ଦୂରରେ ଥିବା ପଡ଼ୋଶୀ ଥାଇଲାଣ୍ଡର ରାଜଧାନୀ ବ୍ୟାଂକକରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ଘଟିଛି । ଏହାକୁ ଦୃଷ୍ଟିରେ ରଖି ଏବେ ଭାରତ ସରକାର ୧୫ଟନର ରିଲିଫ୍ ସାମଗ୍ରୀ ପଠାଇଛନ୍ତି । ମିଆଁମାର ଏବଂ ଥାଇଲ୍ୟାଣ୍ଡରେ ଶୁକ୍ରବାର ଦିନ ୭.୭ ତୀବ୍ରତାର ଭୂ-କମ୍ପ ବ୍ୟାପକ କ୍ଷୟକ୍ଷତି ଘଟାଇଛି । ଆହୁରି ବହୁ ଅଧିକ ହେବା ଆଶଂକା କରାଯାଉଛି । ଅନେକ ଲୋକ ଧ୍ବଂସ ସ୍ତୁପ ତଳେ ଚାପି ହୋଇ ରହିଛନ୍ତି । ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଉଦ୍ଧାର କାର୍ୟ୍ୟ । ଧ୍ବଂସସ୍ତୁପ ତଳୁ ଜୀବନର ସନ୍ଧାନ କରୁଛନ୍ତି ଉଦ୍ଧାରକାରୀ ।
ମିଆଁମାର ଭୂକମ୍ପ : ଭାରତ ପକ୍ଷରୁ ସହାୟତା ପାଇଁ ଆରମ୍ଭ ହେଲା ଅପରେସନ “ବ୍ରହ୍ମା”
Facebook
Twitter
LinkedIn
Facebook
Twitter
LinkedIn
Recent News
Best Live Casino Games Evolution Games
From my experience, it can be hard as a beginner to know which live dealer games to play. Operators must...
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...







