ୟୁପି : କୁମ୍ଭମେଳା ଲାଗି ଅସମ୍ଭବ ପ୍ରକାର ଭିଡ଼ ହେଲାଣି ପ୍ରୟାଗରାଜରେ । ଦେଶର ଭିନ୍ନଭିନ୍ନ ସ୍ଥାନରୁ ଧର୍ମ ଓ ଆସ୍ଥାର ବୁଡ଼ ପକାଇବାକୁ କୋଟି କୋଟି ଶ୍ରଦ୍ଧାଳୁଙ୍କ ସମାଗନ ବି ହେଉଛି । ଆଉ ଏଥିରୁ ବାଦ ପଡ଼ିନାହାନ୍ତି ନେତା । ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ କୁମ୍ଭମେଳାରେ ବୁଡ଼ ପକାଇବା ସହିତ ଜଗଦଗୁରୁ ଶଙ୍କରାଚାର୍ୟ୍ୟଙ୍କ ଆଶୀର୍ବାଦ ନେଇଛନ୍ତି । ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଫଟୋରେ ଦେଖିବାକୁ ମିଳିଛି କି, ଶଙ୍କରାଚାର୍ୟ୍ୟ ସ୍ବାମୀ ଅଭିମୁକ୍ତେଶ୍ବରାନନ୍ଦ ସରସ୍ବତୀଙ୍କୁ ସାକ୍ଷାତ କରିବା ସହ ଆଶିଷ ନେଉଛନ୍ତି ଅଖିଳେଶ ।
Views: 25