The Ultimate Managed Hosting Platform
ADVERTISEMENT

କାଲିଠାରୁ ଆଦର୍ଶ ଆଚରଣ ବିଧିଲାଗୁ

Facebook
Twitter
LinkedIn

ଭୁବନେଶ୍ୱର : ଆସନ୍ତାକାଲି ଘୋଷଣା ହେବ ସାଧାରଣ ନିର୍ବାଚନ ତାରିଖ । ନିର୍ବାଚନ ତାରିଖ ଘୋଷଣା ସହ ଲାଗୁ ହେବ ଆଦର୍ଶ ଆଚରଣ ବିଧି । ଅପରାହ୍ନ ୩ଟା ବେଳେ ସାମ୍ବାଦିକ ସମ୍ମଳନୀ କରିବେ ନିର୍ବାଚନ କମିଶନ । ଲୋକସଭା ନିର୍ବାଚନ ଏବଂ ବିଧାନସଭା ନିର୍ବାଚନର ତାରିଖ ଘୋଷଣା କରିବେ । ନୂଆ ଇଲେକସନ୍ କମିଶନଙ୍କ ନିଯୁକ୍ତି ପରେ ଆଜି ବସିଥିବା ବୈଠକରେ ଏନେଇ ନିଷ୍ପତି ହୋଇଛି । ଏନେଇ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛି ନିର୍ବାଚନ କମିଶନ୍ । ତେବେ ତାରିଖ ଘୋଷଣା ପରେ ଲାଗୁ ହେବ ଆଦର୍ଶ ଆଚରଣ ବିଧି । ଲୋକସଭା ନିର୍ବାଚନ ସମେତ ଅରୁଣାଚଳପ୍ରଦେଶ, ଆନ୍ଧ୍ର ପ୍ରଦେଶ, ଓଡିଶା ଓ ସିକ୍କିମରେ ବିଧାନସଭା ନିର୍ବାଚନ ହେବ । ତେବେ କେତୋଟି ପର୍ୟ୍ୟାୟରେ ନିର୍ବାଚନ ହେବ ତାହା ଉପରେ ସମସ୍ତଙ୍କର ନଜର ରହିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login