କର୍ଣ୍ଣାଟକ : କର୍ଣ୍ଣାଟକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ୬ ଜଣଙ୍କ ଜୀବନ ଚାଲିଯାଇଛି । ମଙ୍ଗୋଲି ପାସ୍ ନିକଟରେ ଏକ କାର୍ ଓ ବସ୍ ମଧ୍ୟରେ ଜୋରଦାର ଧକ୍କା ଯୋଗୁଁ ଏହି ଦୁର୍ଘଟଣା ଘଟିଛି ।
ଖବର ମୁତାବକ, ଏକ ଏସୟୁଭି କାର୍ ସୋଲାପୁର ଯାଉଥିବା ବେଳେ ମୁମ୍ବାଇ-ବଲ୍ଲାରୀ ଯାଉଥିବା ବସ୍ ସହିତ ଧକ୍କା ହୋଇଥିଲା । କାରରେ ଥିବା ସମସ୍ତ ଯାତ୍ରୀ ଓ ବସ୍ ଚାଳକ ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଅନେକ ଦୂର ଯାଏଁ ଶବ୍ଦ ଶୁଣିବାକୁ ମିଳିଥିଲା ।ଦୁର୍ଘଟଣା ବିଷୟରେ ସୂଚନା ମିଳିବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମ୍ତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।
Views: 22