ଭୁବନେଶ୍ୱର : କଂଗ୍ରେସକୁ ଫେରିବା ନେଇ ପରୋକ୍ଷରେ ଇସାରା ଦେଲେ ଡା. ପ୍ରଫୁଲ୍ଲ ମାଝୀ । ଅନେକ ପ୍ରତିଶ୍ରୁତି ଦେଇ ବିଜେଡି ଦଳରେ ମୋତେ ସାମିଲ କଲା । ହେଲେ କୈାଣସି ପ୍ରତିଶ୍ରୁତି ବିଜେଡି ରଖିଲା ନାହିଁ । ଲୋକଙ୍କ କାମ ପାଇଁ କଂଗ୍ରେସ ଛାଡି ବିଜେଡି ଆସିଥିଲି । ମାତ୍ର ତାହା ଯଦି ହୋଇ ନ ପାରିଲା ଏହି ଦଳରେ କାହିଁକି ରହିବା । ବିଜେଡିକୁ ନେତା ନ ଚଳାଇ ଆଉ ଜଣେ ଚଳାଇଲେ ଧ୍ୱଂସ ହୋଇଯିବ । ଏହି ଦଳର ଭବିଷ୍ୟତ କିଛି ନାହିଁ , ଫୋନ କଲେ ଉଠାନ୍ତି ନାହିଁ । ଭକ୍ତ ଦାସଙ୍କ ପାଖରେ ଦକ୍ଷତା ଅଛି , ଦଳକୁ ପୁର୍ନଜୀବିତ କରିପାରିବେ । ଘରକୁ ଫେରିବି ନ ଫେରିବି ଏବେଠୁ କହିପାରିବି ନାହିଁ ।
Views: 22