ଭୁବନେଶ୍ୱର : ଅସାମାଜିକଙ୍କୁ ସାବାଡ ପାଇଁ ଓଡିଶାରେ ଆସିବ ୟୁପି ଭଳି କଡା ଆଇନ । ଏ ନେଇ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ପ୍ରତିକ୍ରିୟା ରଖିଛନ୍ତି । ସରକାର ବିଚାର କରୁଛନ୍ତି ବିଧାନସଭାରେ ଆିନ ପାରିତ କରିବାକୁ । ଓଡିଶାରେ ଏଭଳି ଆଇନ ଆସିବା ଆବଶ୍ୟକ ରହିଛି । ମୁଖ୍ୟମନ୍ତ୍ରୀଙ୍କୁ ଉପବାଚସ୍ପତି ଲେଖିଥିବା ଚିଠିକୁ ଜଣାଇଲେ ।
ଅନ୍ୟପଟେ ବିଜେଡି ନେତା ପ୍ରୀତିରଞ୍ଜନ ଘଡେଇଙ୍କୁ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତଙ୍କ ଟାର୍ଗେଟ । ଲୋକଙ୍କୁ ହିଂସାକାଣ୍ଡ ଭିଆଇବାକୁ ଉତ୍ତେଜିତ କରୁଛନ୍ତି କହିଲେ ପ୍ରଦୀପ । ଦେଶରେ ସମ୍ବିଧାନ ଅଛି ବୋଲି ତାଙ୍କର ଧାରଣା ନାହିଁ । ବହୁ ବର୍ଷ କ୍ଷମତାରେ ରହିଲେ , ତେଣୁ ଆଇନ କାନୁନକୁ ତାଙ୍କର ଖାତିର ନାହିଁ । ଏସପି ଓ ଅତିରିକ୍ତ ଏସପିଙ୍କ ଅଫିସରେ ଧମକାଇବା ଭାଇରାଲ ହୋଇଛି । ଆଲୋଚନାରେ ସବୁ ସମାଧାନ ହୁଏ, କିନ୍ତୁ ସେ ଲୋକଙ୍କୁ ଉତ୍ତେଜିତ କରୁଛନ୍ତି । ଯଦି ଲୋକେ ନିଆଁ ଲଗାଇ ଦେଇଥାନ୍ତେ କେତେ କ୍ଷତି ହୋଇ ନ ଥାନ୍ତା ପଚାରିଲେ ।
Views: 24