ନୂଆଦିଲ୍ଲୀ : ୟୁଏସରେ ପହଞ୍ଚିଲା ଚାଇନା କରୋନା । କୋଭିଡର ନୂଆ ଭାରିଆଣ୍ଟ NB.1.8.1 ଆମେରିକାରେ ଚିହ୍ନଟ ହୋଇଛି । ମାର୍ଚ୍ଚ ଶେଷ ଏବଂ ଏପ୍ରିଲ ଆରମ୍ଭ ମଧ୍ୟରେ ଆମେରିକା ବିମାନବନ୍ଦରରେ ଆସୁଥିବା ଅନ୍ତର୍ଜାତୀୟ ଯାତ୍ରୀମାନଙ୍କ ମଧ୍ୟରେ ଏହା ଚିହ୍ନଟ ହୋଇଥିବା ଜଣାପଡିଛି । ନୂଆ ଭାରଆଣ୍ଟର ଲକ୍ଷଣଗୁଡ଼ିକ ପୂର୍ବ ଭାରିଆଣ୍ଟ ସହ ସମାନ । ଅର୍ଥାତ ସଂକ୍ରମିତଙ୍କକୁ କାଶ, ଗଳା ଯନ୍ତ୍ରଣା, ଜ୍ୱର ଏବଂ ଥକ୍କାପଣ ଅନୁଭବ ହୋଇଥାଏ । ତଥାପି ପୂର୍ବ ଭାରିଆଣ୍ଟଗୁଡ଼ିକ ଅପେକ୍ଷା ଏହା ଦ୍ରୁତ ଗତିରେ ବ୍ୟାପୁଥିବାରୁ ଚିନ୍ତା ବଢାଇଛି । ବୟସ୍କ ବ୍ୟକ୍ତି ଅଧିକ ସଂକ୍ରମଣର ଶିକାର ହେଉଥିବା ଜଣାପଡିଛି । ବିଶେଷ କରି ୬୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ଅଧିକ ପ୍ରଭାବିତ ହେଉଛନ୍ତି ।ଚୀନରେ ଏଥିରେ ୩୦ ଜଣଙ୍କ ମୃତ୍ୟୁ ହୋଇଛି । ସେପଟେ ଦେଶରେ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ୧ ହଜାର ଟପିଲାଣି । କୋଭିଡ ନେଇ ଆଜି ବସୁଛି ବଡ଼ ବୈଠକ ।
Views: 38











