ଭୁବନେଶ୍ୱର : ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା କେନାଲ ବନ୍ଧରେ ଏନକାଉଣ୍ଟର । ଆପାର୍ଟମେଣ୍ଟ ଲୁଟେରା ଅର୍ଜୁନ ଅନାରେକୁ ଏନକାଉଣ୍ଟର । ଡକାୟତି ଉଦ୍ୟମ ବେଳେ ବାଲିଅନ୍ତା କେନାଲ ବନ୍ଧରେ ଏନକାଉଣ୍ଟର ହୋଇଛି । ବାହାର ରାଜ୍ୟର ଲୁଟେରା ଅର୍ଜୁନର ବାମ ଆଣ୍ଠୁରେ ବାଜିଛି ଗୁଳି । ଅନ୍ୟ ୪ଜଣ ଫେରାର ହୋଇଯାଇଛନ୍ତି । ଗୁରୁତର ଅବସ୍ଥାରେ ଅର୍ଜୁନକୁ ଏମ୍ସ ସ୍ଥାନାନ୍ତର କରାଯାଇଛି । ପାହାଳ ଥାନା ଅଞ୍ଚଳରେ ଏକ୍ ଆପାର୍ଟମେଣ୍ଟ ନିକଟରେ ହୋଇଛି ଏନ୍କାଉଣ୍ଟର । ବାଲିଅନ୍ତା ଥାନା ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ହଠାତ୍ ଅର୍ଜୁନ ଅନାରେ ତାର ଗ୍ରୁପ ଆପାର୍ଟମେଣ୍ଟ ଲୁଟ କରିବା ପାଇଁ ଯୋଜନା କରୁଥିବା ବେଳେ ପୋଲିସ ଦେଖି ଦେଇଥିଲା। ପୋଲିସକୁ ଦେଖି ଅର୍ଜୁନ ସହ ତାଙ୍କ ଗ୍ରୁପ ଫେରାର୍ ହେବା ପାଇଁ ବସିଥିବା ବେଳେ ପୋଲିସ ତାଙ୍କୁ ଗୋଡ଼ାଇଥିଲା। ସେହି ସମୟରେ ବାଲିଅନ୍ତା କେନାଲ ବନ୍ଧ ଉପରେ ଅର୍ଜୁନ ପୋଲିସ ଉପରକୁ ଗୁଳିମାଡ଼ କରିଥିଲା ।
Views: 19