ମୟୁରଭଞ୍ଜ : ଆଜିଠୁ ଗହୀରମଥା ଓ ଭିତରକନିକାରେ ଡଲଫିନ ଗଣନା । ୩ ଦିନ ଧରି ଚାଲିବ ଏହି ଗଣନା କାର୍ୟ୍ୟ । ଗଣନା କାର୍ୟ୍ୟରେ ୯ଟି ଟିମ୍ ସାମିଲ୍ ଅଛନ୍ତି । ପ୍ରତି ଟିମ୍ ରେ ୪ରୁ ୫ଜଣ ଗଣନାକାରୀ ସାମିଲ୍ ଅଛନ୍ତି । ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଓ ଭିତରକନିକା ନଦୀ, ନାଳ ମାନଙ୍କରେ ଗଣନା କରାଯାଉଛି । ଗତ କିଛି ଦିନ ତଳେ ଅସ୍ତରଙ୍ଗ ବନାଞ୍ଚଳ ଅଞ୍ଚଳରେ ଚାଲିଛି ଡଲଫିନ ଗଣନା । ସମୁଦ୍ର ଓ ନଦୀ ମଧ୍ୟରେ ରହୁଥିବା ଡଲଫିନଙ୍କ ଗଣନା କରିଛି ବନ ବିଭାଗ । ସୋମବାରଠାରୁ ଗଣନା ଆରମ୍ଭ ହୋଇଥିବା ବେଳେ ଏହା ତିନି ଦିନ ଧରି ହୋଇଥିଲା । ଅସ୍ତରଙ୍ଗ ବନାଞ୍ଚଳ ଅଧିକାରୀ ମୋନାଲିସା ମହାପାତ୍ରଙ୍କ ନେତୃତ୍ଵରେ ଚାରୋଟି ଟିମ ଗଠନ କରାଯାଇ ଏହି ଡଲଫିନ ଗଣନା କାର୍ୟ୍ୟ ଆରମ୍ଭ ହୋଇଥିଲା ।
Views: 31