The Ultimate Managed Hosting Platform
ADVERTISEMENT

ଅନଲାଇନ ଗେମ ଖେଳି ଜୀବନ ହାରିଲେ ଛାତ୍ରୀ

Facebook
Twitter
LinkedIn

ଗୁଣୁପୁର : ଅନଲାଇନ ଗେମରୁ ଗଲା ଜୀବନ । ରାୟଗଡ଼ା ଜିଲ୍ଲା ରାମନାଗୁଡ଼ା ଥାନା ଗଣପତିଗୁଡ଼ାରେ ଜଣେ ଛାତ୍ରୀ ଅନଲାଇନ୍ ଗେମ୍ ଖେଳି ଜୀବନ ହାରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ନିଜ ଘର ଶୌଚାଳୟରେ ବେକରେ ଚୁନି ଦେଇ ଜୀବନ ହାରିଛନ୍ତି ଛାତ୍ରୀ ସାଇନା ସାହୁ । ଚଳିତ ବର୍ଷ ସେ ମାଟ୍ରିକ ପରୀକ୍ଷା ଦେଇଥିଲେ । ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ଓ ପୋଲିସ୍ ପହଞ୍ଚି ତନାଘନା ତଦନ୍ତ ଜାରି ରଖିଛି । ମୃତଦେହ ଜବତ କରିବା ସହ ପୋଷ୍ଟମର୍ଟମ ପାଇଁ ଗୁଣୁପୁର ଉପଖଣ୍ଡ ସ୍ତରୀୟ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଛି ପୋଲିସ । ଅଭିଯୋଗ ଅନୁଯାୟୀ, ରାମନାଗୁଡ଼ା ହାଇସ୍କୁଲରେ ପଢୁଥିବା ସାଇନା ସାହୁ ପରିବାରର ତାଗିଦ ସତ୍ତ୍ବେ କିଛି ଦିନ ହେବ ଅନଲାଇନ ଗେମ୍ ଖେଳୁଥିଲେ । ଅନଲାଇନ ଗେମରେ ୪ ଲକ୍ଷ ଟଙ୍କା ଜିତିବା ପରେ ମଧ୍ୟ ତାଙ୍କୁ ଟଙ୍କା ମିଳିନଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login