ଭୁବନେଶ୍ୱର : ଅଙ୍ଗନବାଡିକୁ ସଶକ୍ତ କରିବାକୁ ଆସିଲା ସ୍ୱତନ୍ତ୍ର ଆପ “AWESOME” । Anganwadi Welfare And Service Over Night Monitering Everywhere ଆପ । ଏହି ଆପ ମାଧ୍ୟମରେ ସମସ୍ତ କାର୍ଯ୍ୟ କରିବେ ଅଙ୍ଗନବାଡି କର୍ମୀ । ଆପ ଦ୍ୱାରା ସାଧାରଣ ଲୋକ ଏବଂ ଅଭିଭାବକ ଫିଡ ବ୍ୟାକ ଦେଇ ପାରିବେ । ଆପର ବିକାଶ ପାଇଁ ଏନଆଇପିସିସିଡି ସହ ମହିଳା ଓ ଶିଶୁ ବିକାଶ ବିଭାର ଏମଓୟୁ ସ୍ୱାକ୍ଷର ।
ଅନ୍ୟପଟେ ରାଜ୍ୟର ସମସ୍ତ ଅଙ୍ଗନବାଡ଼ିର ନିଜସ୍ୱ ଘର ନିର୍ମାଣ କରାଯିବ । ସେଠି ପାଣି, ବିଜୁଳିର ବ୍ୟବସ୍ଥା କରାଯିବ । ନିଜ ଅଞ୍ଚଳରେ ଆସୁଥିବା ଅଙ୍ଗନବାଡ଼ି ସେଣ୍ଟରକୁ ସିଡ଼ିପିଓ ମାନେ ସୁନ୍ଦର କରନ୍ତୁ । ଛଅ ମାସକୁ ଥରେ ପ୍ରତି ଅଙ୍ଗନବାଡିକୁ ପରିଦର୍ଶନରେ ଯାଆନ୍ତୁ ସିଡିପିଓ । ସମସ୍ତ ଅଙ୍ଗନବାଡ଼ିର ନିଜସ୍ବ ଘର ହେବା ନେଇ ବଡ଼ ସୂଚନା ଦେଇଛନ୍ତି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ତେବେ ଓଡ଼ିଶାକୁ ଅପପୁଷ୍ଟି ମୁକ୍ତ କରିବାକୁ ମଧ୍ୟ ଆହ୍ବାନ ଦେଇଛନ୍ତି ଉପ-ମୁଖ୍ୟମନ୍ତ୍ରୀ । ଅପପୃଷ୍ଟିରେ ଜାତୀୟ ହାରଠୁ ଆଗରେ ଥିଲେ ବି ଓଡ଼ିଶା ଭଳି ରାଜ୍ୟରେ ଅପପୁଷ୍ଟି ରହିବା ଆମ ପାଇଁ ଶୁଭଙ୍କର ନୁହେଁ । କେବଳ ଇଣ୍ଟର ଲିଙ୍କ ନ ହୋଇ ପାରିବା ଏହାର ମୁଖ୍ୟ କାରଣ । ବିକଶିତ ଓଡ଼ିଶା ଗଠନ ଦିଗରେ ଏହାକୁ ଗୁରୁତ୍ୱ ଦେବା ଆବଶ୍ୟକ।
ଅଙ୍ଗନବାଡିକୁ ସଶକ୍ତ କରିବାକୁ “AWESOME”

Facebook
Twitter
LinkedIn
Facebook
Twitter
LinkedIn
Recent News
“ରାଜ୍ୟରେ ଖୋଲିବ ମଡେଲ ମଣ୍ଡି” : ସମବାୟ ମନ୍ତ୍ରୀ
ଭୁବନେଶ୍ୱର : ଆସନ୍ତା ବର୍ଷ ସୁଦ୍ଧା ରାଜ୍ୟରେ ଖୋଲିବ ମଡେଲ ମଣ୍ଡି । ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତଙ୍କ ସୂଚନା । ରାଜ୍ୟର ୩୦ଟି ଜିଲ୍ଲାରେ ହେବ...
ହାଡ ସମସ୍ୟାକୁ ନେଇ ଚିନ୍ତିତ କି ? ତେବେ ଘରୋଇ ଉପାୟରେ କରନ୍ତୁ ମସାଜ………..
ବ୍ୟୁରୋ : ହାଡ଼ ସମସ୍ୟାକୁ ନେଇ ଚିନ୍ତାରେ ରହୁଛନ୍ତି କି? ତେବେ ଆଜି ଆମେ ଆପଣଙ୍କୁ ସମସ୍ୟା ସମାଧାନର ଉପାୟ ବତାଇବୁ । ବୟସ ବଢିବା ସହିତ...
ରତ୍ନଭଣ୍ଡାର ଗଣତି ମଣିତି କରିବେ ଆରବିଆଇ ଏକ୍ସପର୍ଟ :ଆଇନ ମନ୍ତ୍ରୀ
ପୁରୀ : ରତ୍ନଭଣ୍ଡାର ଗଣତି ମଣତି ନେଇ ଆଇନମନ୍ତ୍ରୀଙ୍କ ସୂଚନା । ୨ ଜଣ ଏକ୍ସପର୍ଟ ଦେବା ପାଇଁ ଆରବିଆଇକୁ ଚିଠି ଲେଖିଛନ୍ତି ସରକାର । ଆରବିଆଇ...
ସେପ୍ଟେମ୍ବର ୯ରେ ଉପରାଷ୍ଟ୍ରପତି ନିର୍ବାଚନ
ନୂଆଦିଲ୍ଲୀ : ସେପ୍ଟେମ୍ବର ୯ ତାରିଖରେ ଉପରାଷ୍ଟ୍ରପତି ନିର୍ବାଚନ । ଅଗଷ୍ଟ ୭ ତାରିଖରେ ପ୍ରକାଶ ପାଇବ ବିଜ୍ଞପ୍ତି । ଅଗଷ୍ଟ ୨୫ ତାରିଖ ନାମାଙ୍କନ ପ୍ରତ୍ୟାହାରର...