ପଟ୍ଟାମୁଣ୍ଡାଇ : ସର୍ଟ ସର୍କିଟ ଯୋଗୁଁ ହୁତୁହୁତୁ ହୋଇ ଜଳିଗଲା ତିନି ବଖରା ଘର । ଜଳି ପୋଡ଼ି ପାଉଁଶ ହୋଇଗଲା ସମସ୍ତ ଦାମୀ ଜିନିଷ ପତ୍ର । ବାସହରା ହୋଇଗଲେ ପରିବାର ଲୋକେ । ଦୁଃଖ ଦୁର୍ଦ୍ଦଶାରେ ଏବେ ୭ ପ୍ରାଣୀ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଦିହୁଡିପୁର ପଞ୍ଚାୟତ ସୁଜୁନପୁର ଗାଁରେ। ସୁଜୁନପୁର ଗାଁର ସୁଦର୍ଶନ ମଳିକଙ୍କ ଘରେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗି ପାଖ ତ୍ରିଲୋଚନ ମଳିକଙ୍କ ରୋଷେଇ ଘରକୁ ନିଆଁ ଲାଗିଥିଲା। ସୁଦର୍ଶନ ମଳିକଙ୍କ ତିନି ବଖରା ନଡ଼ା ଛପର ଘର ସମ୍ପୂର୍ଣ୍ଣ ପୋଡି ଯାଇଥିବା ବେଳେ ତ୍ରିଲୋଚନଙ୍କ ରୋଷେଇ ଘର ପୋଡ଼ି ପାଉଁଶ ହୋଇଯାଇଛି । ସେପଟେ ଘର ଭିତରେ ଓ ନାତି ନାତୁଣୀ ଶୋଇଥିଲେ । ଏହି ସମୟରେ ହଠାତ ଘରେ ନିଆଁ ଲାଗିଯାଇଥିଲା । ଘର ଲୋକ ଚିତ୍କାର କରି ଗାଁ ଲୋକଙ୍କୁ ଡାକିଥିଲେ । ବାହାରେ ବର୍ଷା ଯେତେ ଜୋର୍ ହେଉଥାଏ ଘର ଭିତରେ ନିଆଁର ମାତ୍ରା ସେତିକି ବଢ଼ି ଚାଲିଥାଏ । ଗାଁ ଲୋକେ ଧାଇଁ ଆସିଥିଲେ ହେଁ, ନିଆଁର ପ୍ରକୋପ ଏତେ ଅଧିକ ଥିଲା ଯେ ଘରୁ କୌଣସି ଜିନିଷପତ୍ର ବାହାର କରିପାରିନଥିଲେ । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ୨ ପରିବାରର ୩ ବଖରା ଜଳି ପୋଡି ପାଉଁଶ ହୋଇଯାଇଥିଲା । ବାସହରା ଅଗ୍ନି ବିପନ୍ନ ପରିବାରଙ୍କୁ ପ୍ରାଥମିକ ସହାୟତା ସହ ଆବାସ ଯୋଜନାରେ ଖଣ୍ଡେ ବାସଗୃହ ଯୋଗାଇ ଦେବାକୁ ସ୍ଥାନୀୟ ପ୍ରଶାସନ ଓ ଜିଲ୍ଲା ପ୍ରଶାସନଙ୍କୁ ଦାବି ଜଣାଇଛନ୍ତି ଗାଁ ଲୋକେ ଓ ସ୍ଥାନୀୟ ଜନ ପ୍ରତିନିଧି ।
ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟି ଜଳିଗଲା ୩ ବଖରା ଘର
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











