ପାଟଣା: ରେଲୱେ ରିକ୍ରୁଟମେଣ୍ଟ ବୋର୍ଡ ଏନଟିପିସି ଓ ଗ୍ରୁପ୍ ଡି ସିବିଟି ୧ ପରୀକ୍ଷାରେ ଘୋଟାଲା ଅଭିଯୋଗ କରି ବିହାରରେ ପରୀକ୍ଷାର୍ଥୀଙ୍କ ବିରୋଧ ଜାରି ରହିଥିବା ବେଳେ, ଆଜି ଗୟାରେ ପରୀକ୍ଷାର୍ଥୀ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଗୟା ରେଲୱେ ଷ୍ଟେସନରେ ପରୀକ୍ଷାର୍ଥୀ ଚଳନ୍ତା ଟ୍ରେନକୁ ଢେଲା ଫିଙ୍ଗିଥିଲେ । ଅନ୍ୟପଟେ ଆଉ କିଛି ଛାତ୍ର ଛିଡ଼ା ହୋଇଥିବା ଟ୍ରେନରେ ନିଆଁ ଲଗାଇ ଦେଇଥିଲେ । ହୁତହୁତ୍ ହୋଇ ଜଳୁଥିବା ଟ୍ରେନ୍ ନିଆଁ ଲିଭାଇବା ଲାଗି ଅଗ୍ନିଶମ ବାହିନୀ ପହଞ୍ଚିଛି ପ୍ରୟାସ ଜାରି ରଖିଛି ।
ଆନ୍ଦୋଳନରତ ପରୀକ୍ଷାର୍ଥୀ ମଙ୍ଗଳବାର ସୀତାମଢିରେ ଭଙ୍ଗାରୁଜା କରିବା ସହ ପଥର ଫିଙ୍ଗିଥିଲେ । ଭିଡ଼ ହଟାଇବା ଲାଗି ଆକାଶକୁ ଫାଙ୍କା ଗୁଳି ଚାଳନା କରିଥିଲା ପୋଲିସ । ପ୍ରବଳ ବିରୋଧକୁ ଦେଖି ବୁଧବାର ସକାଳେ ରେଲୱେ ପକ୍ଷରୁ ଏନଟିପିସି ଓ ଗ୍ରୁପ୍ ଡି (ଶ୍ରେଣୀ ୧) ପରୀକ୍ଷା ସ୍ଥଗିତ ନେଇ ଘୋଷଣା କରିଥିଲା । ରେଲୱେର ଏଭଳି ନିଷ୍ପତ୍ତି ପରେ ପରୀକ୍ଷାର୍ଥୀଙ୍କ ରାଗ ଆହୁରି ବଢ଼ି ଯାଇଥିଲା । ଆଉ ବିହାରରେ ପ୍ରବଳ ବିରୋଧ ଦେଖିବାକୁ ମିଳିଛି ।