ମାଲକାନଗିରି: ସାଧାରଣତନ୍ତ୍ର ଦିବସ ଅବସରରେ ଭାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳରେ ଶୁଭାରମ୍ଭ ହେଲା ମୋଟର ବୋଟ ଆମ୍ବୁଲାନ୍ସ । ସ୍ୱାଭିମାନ ଅଞ୍ଚଳରେ ଥିବା ଗୁରୁପ୍ରିୟା ସେତୁରେ ନିୟୋଜିତ ହୋଇଛି ଏହି ବୋଟ ଆମ୍ବୁଲାନ୍ସ । ଏହାକୁ ଉଦଘାଟନ କରିଛନ୍ତି ବିଏସଏଫଡିଆଇଜି ସଞ୍ଜୟ କୁମାର ସିଂ । ଏହା ଦ୍ୱାରା ସ୍ୱାଭିମାନ ଅଞ୍ଚଳରେ ନଦୀ କୁଳିଆ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଯାଇ ପାରିବ । ବାଲିମେଳା ଜଳ ଭଣ୍ଡାରରେ ପୂର୍ବରୁ ମଧ୍ୟ ସରକାରଙ୍କ ତରଫରୁ ଆମ୍ବୁଲାନ୍ସ ମୋଟର ବୋଟ ଯୋଗାଇ ଦିଆଯାଇଛି । ବୋଟ ଆମ୍ବୁଲାନ୍ସ ପାଇ ଆମେ ବହୁତ ଖୁସି ଥିବା କହିଛନ୍ତି ସେଠାକାର ଅଧିବାସୀ ।
ଏନେଇ ବିଏସଏଫ ଡିଆଇଜି ସଞ୍ଜୟ କୁମାର ସିଂ କହିଛନ୍ତି, ବିଏସ୍ଏଫର ମହାନିର୍ଦ୍ଦେଶକ ଗତ ଡିସେମ୍ବରରେ ଏହି ଅଞ୍ଚଳ ଗସ୍ତ କରିଥିଲେ। ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରି ଏଠାରେ ଅଞ୍ଚଳବାସୀଙ୍କ ନିମନ୍ତେ ଏକ ବୋଟ ଆମ୍ବୁଲାନ୍ସ ଜରୁରୀ ଥିବା ହୃଦୟଙ୍ଗମ କରିଥିଲେ। ଏହାପରେ ଏହାକୁ କାର୍ୟ୍ୟକାରୀ କରିବାକୁ ଯୁଦ୍ଧକାଳୀନ ଭିତ୍ତିରେ କାମ ଆରମ୍ଭ ହୋଇଥିଲା। ଏବେ ଲୋକଙ୍କ ଉଦ୍ଦେଶ୍ୟରେ ଏହାର ଶୁଭାରମ୍ଭ ହୋଇଛି।











