ଭୁବନେଶ୍ୱର : ଆଜିଠୁ ସାଧାରଣ ଲୋକଙ୍କ ପାଇଁ ଖୋଲିବ ରାଜଭବନ ଉଦ୍ୟାନ । ୨୨ ପର୍ଯ୍ୟନ୍ତ ଖୋଲା ରହିବ ରାଜଭବନ ଉଦ୍ୟାନ । ଅପରହ୍ନ ୨ଟା ୩୦ରୁ ସନ୍ଧ୍ୟା ୫ଟା ଯାଏଁ ଉଦ୍ୟାନ ପରିଦର୍ଶନର ସମୟ ଧାର୍ଯ୍ୟ କରାଯାଇଛି । ମୋବାଇଲ୍ ଆପ୍ ପଞ୍ଜିକରଣ ମାଧ୍ୟମରେ ପ୍ରବେଶ ଅନୁମତି ରହିଛି। ସେହିପରି ସ୍କୁଲପିଲାଙ୍କ ପାଇଁ ଉଦ୍ୟାନ ପରିଦର୍ଶନ ସମୟ ସକାଳ ୮ଟା ୩୦ରୁ ୧୦ ଟା ପର୍ୟ୍ୟନ୍ତ ଧାର୍ୟ୍ୟ କରାଯାଇଛି।
ସ୍କୁଲ ଛାତ୍ରଛାତ୍ରୀ ସ୍କୁଲ ୟୁନଫର୍ମ ଓ ପରିଚୟ କାର୍ଡ ପିନ୍ଧି ଶିକ୍ଷକ, ଶିକ୍ଷୟତ୍ରୀ କିମ୍ବା କର୍ମଚାରୀଙ୍କ ତତ୍ତ୍ବାବଧାନରେ ଆସିବେ। ଏଥିପାଇଁ ଏଡିସି କିମ୍ବା ଚିଫ ସିକ୍ୟୁରିଟି ଅଫିସରଙ୍କୁ ବିଦ୍ୟାଳୟ କତ୍ତୃପକ୍ଷ ଛାତ୍ରଛାତ୍ରୀଙ୍କ ପରିଦର୍ଶନ ପାଇଁ ଅନୁରୋଧ ପତ୍ର ପଠାଇବେ ।
Views: 73











