ବାରିପଦା : ଶିମିିଳିପାଳରେ ପୋଷା ହାତୀ “ମହେନ୍ଦ୍ର”ର ମୃତ୍ୟୁ । ୬୬ ବର୍ଷ ବୟସରେ ଚହଲାରେ “ମହେନ୍ଦ୍ର”ର ମୃତ୍ୟୁ । ଦୀର୍ଘ ଦିନ ହେବ ଅସୁସ୍ଥ ମହେନ୍ଦ୍ରର ଚିକିତ୍ସା ଚାଲିଥିଲା । ୨୦୦୧ ମସିହାରେ ମହାରାଷ୍ଟ୍ରରୁ ଶିମିଳିପାଳ ଅଭୟାରଣ୍ୟକୁ ଆସିଥିଲା ।ସେବେଠୁ ଶିମିଳିପାଳରେ ତାକୁ ପ୍ରଶିକ୍ଷଣ ଦିଅଯିବା ସହ ବିଭିନ୍ନ କାର୍ୟ୍ୟରେ ନିୟୋଜିତ କରାଯାଇଥିଲା । ଶିମିଳିପାଳର ଆଖପାଖ ଅଞ୍ଚଳକୁ ହାତୀ ପଲ ପଶି ଆସିଲେ ସେମାନଙ୍କୁ ଘଉଡ଼ାଇବା ପାଇଁ “ମହେନ୍ଦ୍ର”କୁ ବ୍ୟବହାର କରାଯାଉଥିଲା । ଏଥିସହ ବାଘ ଟ୍ରାକିଂ ତଥା ଘଞ୍ଚ ଜଙ୍ଗଲକୁ ବନ କର୍ମଚାରୀ ଯିବା ପାଇଁ ମଧ୍ୟ ମହେନ୍ଦ୍ରର ସହାୟତା ନିଆଯାଉଥିଲା । କିଛି ବର୍ଷ ପୂର୍ବେ ବାଘୁଣୀ ସୁନ୍ଦରୀ ଅନୁଗୋଳ ଜିଲ୍ଲାରେ କୋକୁଆ ଭୟ ସୃଷ୍ଟି କରିଥିଲା । ସୁନ୍ଦରୀ ଉପରେ ତୀକ୍ଷଣ ନଜର ରଖିବା ତଥା ତାହାକୁ ଟ୍ରାକିଂ କରିବା ପାଇଁ ‘ମହେନ୍ଦ୍ର”କୁ ୪ ବର୍ଷ ଅନୁଗୋଳ ଜିଲ୍ଲାରେ ନିୟୋଜିତ କରାଯାଇଥିଲା। ଏହାପରେ ସେଠାରୁ ତାକୁ ପୁଣି ଥରେ ଶିମିଳିପାଳକୁ ଫେରାଇ ଅଣାଯାଇଥିଲା । ସେବେଠୁ ସେ ଶିମିଳିପାଳରେ ଥିଲା ।
older elephant mahendra dies at similipal :ପୋଷା ହାତୀ “ମହେନ୍ଦ୍ର”ର ଚାଲିଗଲା ଜୀବନ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











