The Ultimate Managed Hosting Platform
ADVERTISEMENT

କନୈାଜ ରେଳ ଷ୍ଟେସନରେ ବଡ ଅଘଟଣ, ଭୁଶୁଡିଲା ନିର୍ମାଣଧୀନ ଛାତ

Facebook
Twitter
LinkedIn

ନୂଆଦିଲ୍ଲୀ : ଉତ୍ତର ପ୍ରଦେଶ କନୌଜ ରେଲୱେ ଷ୍ଟେସନରେ ଏକ ନିର୍ମାଣାଧିନ ଛାତ ଭୁଶୁଡିଛି । ଭଗ୍ନାବଶେଷ ତଳେ ଅନେକ ଲୋକ ଦବିଥିବା ଆଶଙ୍କା କରାଯାଉଛି । ଏଠାରେ ଚାଲିଥିବା ଦୁଇମହଲା କୋଠାର ଲେଣ୍ଟର ହଠାତ୍ ଭୁଶୁଡି ପଡିଥିଲା । ୧୨ ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ସେମାନଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ସ୍ଥାନୀୟ ପ୍ରଶାସନ କହିବା ମୁତାବକ, ଏଠାରେ ଅନେକ ଶ୍ରମିକ ଦବିଥିବା ଆଶଙ୍କା ରହିଛି । ଏମାନଙ୍କୁ ଖୋଜା ଚାଲିଛି । ରେଲୱେ ଷ୍ଟେସନରେ ସୌନ୍ଦର୍ୟ୍ୟକରଣ କାମ ଚାଲିଥିବା ବେଳେ ଦୁର୍ଘଟଣା ଘଟିଛି । ଘଟଣା ସ୍ଥଳରେ ପୋଲିସ ଏବଂ ଉଦ୍ଧାରକାରୀ ଟିମ୍ ପହଞ୍ଚିଛି । ଘଟଣାର ଗମ୍ଭୀରତାକୁ ଆଖି ଆଗରେ ରଖି ଉଦ୍ଧାର କାର୍ୟ୍ୟ ଜାରି ରହିଛି । ଦବିଥିବା ଶ୍ରମିକଙ୍କୁ ଉଦ୍ଧାର ପାଇଁ ଚେଷ୍ଟା ଜାରି ରହିଛି । ପ୍ରଶାସନ ଦୁର୍ଘଟଣାର କାରଣ ଖୋଜୁଛି । ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ସମେତ ଏନଡିଆରଏଫ୍, ଏସଡିଆରଏଫ୍ ଓ ଦମକଳ ବାହିନୀ ଉଦ୍ଧାର କାର୍ୟ୍ୟରେ ନିୟୋଜିତ ହୋଇଛନ୍ତି । ଉଦ୍ଧାର ପରେ ସମସ୍ତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଉଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login