ନୂଆଦିଲ୍ଲୀ : ପ୍ରେମ ବର୍ତ୍ତମାନ ସମୟରେ ଅପଶବ୍ଦ ହୋଇଗଲାଣି । କାରଣ ପ୍ରେମ ପାଇଁ କେତେବେଳେ ବି କାହାର ଜୀବନ ଚାଲି ଯାଉଛି । ମଧ୍ୟପ୍ରଦେଶରୁ ଆସିଛି ଲୋମହର୍ଷକ ହତ୍ୟାକାଣ୍ଡର କାହାଣୀ । ଜଣେ ମହିଳାଙ୍କୁ ହତ୍ୟା କରି ଅଭିଯୁକ୍ତ ମୃତଦେହକୁ ଫ୍ରିଜରେ ରଖିଥିଲା ୮ ମାସ। ଘଟଣା ଘଟିଛି ଦେୱାସ ଜିଲ୍ଲାରେ। ଅଭିଯୁକ୍ତ ସଞ୍ଜୟ ପଟିଦାର ଏହି ମହିଳାଙ୍କୁ ହତ୍ୟା କରିଥିବା ସୂଚନା ମିଳିଛି। ଫ୍ରିଜରୁ ଶବ ଶବତ ପରେ ଦେଖାଯାଇଥିଲା ମହିଳାଜଣକ ବେକରେ ରଶି ଗୁଡାଯାଇଥିବାବେଳେ ସେ ଶାଢି ପିନ୍ଧିଛନ୍ତି। ଏପରିକି ସେ ଅଳଙ୍କାର ମଧ୍ୟ ପିନ୍ଧିଥିବା ଦେଖାଯାଇଛି। ମୃତକଙ୍କ ନାଁ ପିଙ୍କି ପ୍ରଜାପତି ବୋଲି ଜଣାଯାଇଛି।
ଗତବର୍ଷ ଜୁନରେ ଏହି ହତ୍ୟାକାଣ୍ଡ ହୋଇଥିବା ସୂଚନା ମିଳିଛି। ଗତ ୫ ବର୍ଷ ଧରି ଉଜ୍ଜୈନର ସଞ୍ଜୟ ଏହି ମହିଳାଙ୍କ ସହ ଲିଭ ଇନରେ ରହୁଥିଲା। ବାହା ହେବା ଲାଗି ପିଙ୍କି ବାଧ୍ୟ କରିବାରୁ ଉତକ୍ଷିପ୍ତ ହୋଇ ସଞ୍ଜୟ ତାଙ୍କୁ ହତ୍ୟା କରିଥିବା ସୂଚନା ମିଳିଛି। ବନ୍ଧୁଙ୍କ ସହାୟତାରେ ପିଙ୍କିଙ୍କୁ ସେ ହତ୍ୟା କରିଥିଲା। ଘରୁ ପଚା ବାସ୍ନା ବାହାରିବାରୁ ଘର ମାଲିକ ଘରର ଏକ ଅଂଶ ଭାଙ୍ଗିଥିଲେ। ତା ଭିତରୁ ମିଳିଥିବା ଫ୍ରିଜରୁ ମହିଳାଙ୍କ ଶବ ଠାବ କରାଯାଇଥିଲା। ଘରର ମାଲିକ ହେଉଛନ୍ତି ଧୀରେନ୍ଦ୍ର ଶ୍ରୀବାସ୍ତବ ଓ ସେ ଇନ୍ଦୋରରେ ବାସ କରନ୍ତି। ଗତ ଜୁନ ୨୦୨୩ରୁ ସଞ୍ଜୟ ସେହି ଘରକୁ ଭଡା ନେଇଥିଲା। ଗତବର୍ଷ ସଞ୍ଜୟ ଘର ଛାଡିଦେଇଥିଲେ ବି ସେହି ଘରୁ ଜିନିଷ ପତ୍ର ନେଇ ନଥିଲା। ତେବେ ଫ୍ରିଜଟି କାମ କରିବା ବନ୍ଦ କରିଦେବାରୁ ଦୁର୍ଗନ୍ଧ ବାହାରିଥିଲା।
Crime : ଲିଭ ଇନ ପାର୍ଟନରଙ୍କୁ ମାରି ୮ ମାସ ଫ୍ରିଜରେ ରଖିଥିଲା ପ୍ରେମିକ !

Facebook
Twitter
LinkedIn
Facebook
Twitter
LinkedIn
Recent News
ଆମ୍ବ ପାଇଁ ସ୍ୱାମୀ ସହ ଝଗଡା କରି ଜୀବନ ହାରିଲେ ସ୍ତ୍ରୀ
ବିହାର : ଆମ୍ବ ପାଇଁ ସ୍ୱାମୀ ସହ ଝଗଡା କରି ଜୀବନ ହାରିଲେ ସ୍ତ୍ରୀ । ବିହାର ସିବାନ ଜିଲ୍ଲାରେ ଘଟିଛି ଏହି ଘଟଣା । ଭଗବାନପୁର...
ରୋହିଙ୍ଗ୍ୟା ସନେ୍ଦହରେ ପ୍ରାୟ ୪୪୦ ଅଟକ
ଝାରସୁଗୁଡା : ଝାରସୁଗୁଡ଼ାରେ ରୋହିଙ୍ଗ୍ୟା । ରୋହିଙ୍ଗ୍ୟା ସନ୍ଦେହରେ ପ୍ରାୟ ୪୪୦ ଜଣ ଅଟକ। ଝାରସୁଗୁଡାର ବ୍ଲାକ ଡାଇମଣ୍ଡ ସ୍କୁଲ ଓ ଏକ କଲ୍ୟାଣ ମଣ୍ଡପରେ ଅଟକମାନଙ୍କୁ...
ଆସନ୍ତାକାଲି ଭାରତ ବନ୍ଦ, ମିଳିତ ମଞ୍ଚର ଧର୍ମଘଟ ଡାକରା
ନୂଆଦିଲ୍ଲୀ : ଆସନ୍ତାକାଲି ଭାରତ ବନ୍ଦ । ୨୫ କୋଟିରୁ ଅଧିକ ଶ୍ରମିକ, ଯେଉଁମାନେ ବ୍ୟାଙ୍କିଙ୍ଗ, ଡାକ ସେବା, ଖଣି, ନିର୍ମାଣ ଓ ପରିବହନ ଭଳି ସରକାରୀ...
ଆସାମରେ ଭୂକମ୍ପର ଝଟକା
ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...