The Ultimate Managed Hosting Platform
ADVERTISEMENT

ସ୍ୱୟଂ ସହାୟକ ଗୋଷ୍ଠିକୁ ମୋଦିଙ୍କ ୧୦୦୦ କୋଟି ଟଙ୍କା ଭେଟି

Facebook
Twitter
LinkedIn

ୠକ୍ଷ୍ନୌ: ମହିଳା ସ୍ୱୟଂ ସହାୟକ ଗୋଷ୍ଠି ପାଇଁ ଏକ ବଡ଼ ଭେଟି ଦେବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ତ୍ର ମୋଦି । ଆଜି ମୋଦିଙ୍କର ୟୁପି ଗସ୍ତ ଥିବା ବେଳେ, ଏହି ଅବସରରେ ସେ ମହିଳାମାନଙ୍କ ପାଇଁ ଏକ ବଡ଼ ଉପହାର ଘୋଷଣା କରିବାର କାର୍ଯ୍ୟକ୍ରମ ରହିଛି । ତେବେ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ, ପ୍ରଧାନମନ୍ତ୍ରୀ ଉତ୍ତର ପ୍ରଦେଶକୁ ମାରାଥନ ଗସ୍ତ କରିବା ସହ ବିଭିନ୍ନ ପ୍ରକଳ୍ପ ଭେଟି ଦେଉଛନ୍ତି । ମୋଦିଙ୍କ ପ୍ରୟାଗରାଜ ଗସ୍ତ ସ୍ଥିର ହୋଇଥିବା ବେଳେ, ସେଠାରେ ଏକ ବିରାଟ ମହିଳା ଗୋଷ୍ଠି ଏହି ସମାବେଶରେ ଯୋଗ ଦେବେ ।

ସୂଚନାନୁଯାୟୀ, ଏହି ସମାବେଶରେ ପାଖା ପାଖି ୨ ଲକ୍ଷ ମହିଳାଙ୍କୁ ମୋଦି ସମ୍ବୋଧିତ କରିବେ । ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଆଉ ମାତ୍ର କେଇଟା ଦିନ ବାକି । ତେଣୁ ଏଠାକାର ଶାସକ ଦଳ ବିଜେପି ପୁଣି ଥରେ କ୍ଷମତାକୁ ଅପଣେଇବାକୁ ପ୍ରାଣପ୍ରଣେ ଲାଗିପଡ଼ିଛି । ଏଥିରେ ବିଜେପିର ପ୍ରଚାର କମାଣ୍ଡ ଦାୟିତ୍ୱ ମୋଦି ନିଜ ହାତକ ନେଇଥିବା ସୂଚନା ରହିଛି । ତେଣୁ ଗତ ଏକ ମାସ ମଧ୍ୟରେ ମୋଦିଙ୍କ ଉତ୍ତର ପ୍ରଦେଶ ଗସ୍ତର ଏହା ହେଉଛି ଦଶମ ଥର । ଆଜି ଆୟୋଜିତ ପ୍ରୟାଗରାଜରେ ମହିଳା ଶସକ୍ତିକରଣ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ବ୍ୟାଙ୍କ ଆକାଉଷ୍ଟକୁ ୧୦୦୦ କୋଟି ଟଙ୍କା ପ୍ରଦାନ କରିବେ । ଯାହା ଦ୍ୱାରା ପ୍ରାୟ ୧୬ ଲକ୍ଷ ମହିଳା ସଦସ୍ୟ ଉପକୃତ ହେବେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login