ନୂଆଦିଲ୍ଲୀ : ଦିଲ୍ଲୀ-ଏନସିଆରରେ ଘନ କୁହୁଡି ଯୋଗୁଁ ୨୨୮ ବିମାନ ବାତିଲ । କମ ଦୃଶ୍ୟମାନ ଯୋଗୁଁ ଦିଲ୍ଲୀ ବିମାନ ବନ୍ଦରରେ ୨୨୮ ବିମାନ ବାତିଲ ହୋଇଛି । ଛାଡିବାକୁ ଥିବା ୧୩୧ ବିମାନ ଓ ପହଁଚିବାକୁ ଥିବା ୯୭ ବିମାନ ବାତିଲ ହୋଇଛି । ଆଉ ୫ ବିମାନର ଗତିପଥରେ ପରିବର୍ତ୍ତନ ହୋଇଛି । ୮୦୦ ଉଦ୍ଧ୍ୱର୍ ବିମାନ ବିଳମ୍ବରେ ଚାଲୁଥିବା ସୂଚନା ରହିଛି । ଫସି ରହିଥିବା ଯାତ୍ରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଓ ଆକ୍ରୋଶ ରହିଛି । ଯାତ୍ରୀଙ୍କ ପାଇଁ ବିଭିନ୍ନ ଏୟାରଲାଇନ୍ସ ପକ୍ଷରୁ ଆଡଭାଇଜରି ଜାରି ହୋଇଛି । ବିମାନ ବନ୍ଦରକୁ ଆସିବା ପୂର୍ବରୁ ଫ୍ଲାଇଟ ଷ୍ଟାଟସ ଯାଞ୍ଚ କରିବାକୁ ଅନୁରୋଧ କରାଯାଇଛି ।
ଅନ୍ୟପଟେ ବାୟୁ ଗୁଣବତ୍ତାମାନ ବିପଦଜନକ ସ୍ଥିତିରେ ପହଞ୍ଚିବା ପରେ ଦିଲ୍ଲୀ ସରକାରଙ୍କ ବଡ଼ ନିଷ୍ପତ୍ତି । ଏଣିକି ଅନଲାଇନରେ ହେବ ନର୍ସରୀରୁ ପଞ୍ଚମ ଶ୍ରେଣୀ ପର୍ୟ୍ୟନ୍ତ ପାଠପଢା । ସ୍ବାସ୍ଥ୍ୟଗତ କାରଣକୁ ଦୃଷ୍ଟିରେ ରଖି ସ୍କୁଲକୁ ଛୋଟ ଶିଶୁଙ୍କ ଯାତାୟାତ ବନ୍ଦ କରିଛନ୍ତି ସରକାର । ପରବର୍ତ୍ତୀ ନିର୍ଦ୍ଦେଶ ନ ଆସିବା ପର୍ୟ୍ୟନ୍ତ ଘରେ ରହି ଅନଲାଇନ୍ ମାଧ୍ୟମରେ ପାଠ ପଢିବାକୁ ନିର୍ଦ୍ଦେଶ ଜାରି କରାଯାଇଛି । ନିର୍ଦ୍ଦେଶାବଳୀରେ ପାଞ୍ଚଟି ଦିଗକୁ ଫୋକସ କରାଯାଇଛି । ୫ମ ଶ୍ରେଣୀ ପର୍ୟ୍ୟନ୍ତ କୌଣସି ପିଲା ସ୍କୁଲ ଯିବେ ନାହିଁ । ସେମାନଙ୍କ ପାଠପଢା ସମ୍ପୂର୍ଣ୍ଣ ଅନଲାଇନ୍ ହେବ । ପୂର୍ବରୁ ଛାତ୍ରଛାତ୍ରୀ ଚାହିଁଲେ ହାଇବ୍ରିଡ ମୋଡରେ ସ୍କୁଲ ଯାଇପାରିବେ କିମ୍ବା ଘରେ ପଢିପାରିବାର ବିକଳ୍ପ ଥିଲା । ଏବେ ଏହାକୁ ସମ୍ପୂର୍ଣ୍ଣ ମନା କରାଯାଇଛି ।
ଘନ କୁହୁଡି ; ୨୨୮ ବିମାନ ବାତିଲ
Facebook
Twitter
LinkedIn
Facebook
Twitter
LinkedIn
Recent News
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...
Intrigue_certaine_et_défis_majeurs_avec_casino_spinania_pour_parieurs_audacieux
Intrigue certaine et défis majeurs avec casino spinania pour parieurs audacieuxL’Évolution des Jeux de Casino en LigneL'Impact des Nouvelles Technologies...







