ଭଦ୍ରକ : ଭଦ୍ରକରେ ଦୁର୍ଦ୍ଦାନ୍ତ ଅପରାଧିକୁ ଏନକାଉଣ୍ଟର । କମଳାକାନ୍ତ ଦାସ ଓରଫ ବୁଦ୍ଧିଆକୁ ଏନକାଉଣ୍ଟର । ଚରମ୍ଫା ମାଲ ଗୋଦାମ ପାଖରେ ପୋଲିସର ଏନକାଉଣ୍ଟର । ଡାହାଣ ଗୋଡରେ ବାଜିଛି ଗୁଳି । ଭଦ୍ରକ ମେଡିକାଲରେ ଭର୍ତ୍ତି । ନମ୍ବର ନ ଥିବା କଳା ପଲସରରେ ବୁଲୁଥିବା ବେଳେ ଏନକାଉଣ୍ଟର । ଟାଉନ ପୋଲିସକୁ ଦେଖି ପ୍ରଥମେ ୪ ରାଉଣ୍ଡ ଗୁଳିମାଡ କରିଥିଲା । ଭଦ୍ରକ ଓ ବାଲେଶ୍ୱରରେ କମଳା ନାଁରେ ବିଭିନ୍ନ ଅପରାଧିକ ମାମଲା ରହିଛି । କିଛି ଦିନ ତଳେ ଖଇରା ନିକଟରୁ ଫାୟାରିଂ କରି ୧୫ ଲକ୍ଷ ଲୁଟି ନେଇଥିଲା । ସୋରରେ ବି ଫାୟାରିଂ କରି ୫ ଲକ୍ଷ ଟଙ୍କା ଲୁଟି ନେଇଥିଲା ।
Views: 126











