The Ultimate Managed Hosting Platform
ADVERTISEMENT

“ଅନୁପମା” ସିରିୟଲ ସୁଟିଂ ସେଟରେ ଭୟଙ୍କର ନିଆଁ

Facebook
Twitter
LinkedIn

ମୁମ୍ବାଇ : ମୁମ୍ବାଇର ସୁଟିଂ ସେଟରେ ଭୟଙ୍କର ଅଗ୍ନିକାଣ୍ଡ । ଗୋରେଗାଓଁ ଫିଲ୍ମ ସିଟି ସୁଟିଂରେ ସେଟରେ ଅଗ୍ନିକାଣ୍ଡ । ଟିଭି ରିୟଲିଟି ଶୋ ଅନୁପମାର ସୁଟିଂ ସେଟ ଜଳିଗଲା । ବ୍ୟାପକ କ୍ଷୟକ୍ଷତି ଅନୁମାନ, ଘଟଣାସ୍ଥଳରେ ଅଗ୍ନିଶମ ଟିମ୍ । ବଡ଼ କଥା ହେଉଛି ଯେ, ଏହି ଘଟଣାରେ ଜୀବନହାନୀ ଘଟି ନାହିଁ । ଅଘଟଣ ସମୟରେ ସୁଟିଂ ସେଟରେ ଅନେକ କର୍ମଚାରୀ ଏବଂ କ୍ରୁ ସଦସ୍ୟ ଉପସ୍ଥିତ ଥିଲେ । ଅନେକ ଅଗ୍ନିଶମ ବାହିନୀ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଥିଲା । ବହୁତ ଚେଷ୍ଟା ପରେ ନିଆଁକୁ ନିୟନ୍ତ୍ରଣ କରିଥିଲେ ଅଗ୍ନିଶମ ବାହିନୀ । ପୁଣି ନିଆଁ ନ ଲାଗିବା ପାଇଁ ବର୍ତ୍ତମାନ କୁଲିଂ ଅପରେସନ୍ ଚାଲିଛି ।
ସୂଚନାନୁଯାୟୀ, ସକାଳ ୭ଟାରେ ସୁଟିଂ ଆରମ୍ଭ ହେବାର ମାତ୍ର ଦୁଇ ଘଣ୍ଟା ପୂର୍ବରୁ ନିଆଁ ସେଟକୁ ସମ୍ପୂର୍ଣ୍ଣ ନଷ୍ଟ କରିଦେଇଥିଲା । ଅଗ୍ନିକାଣ୍ଡ ସମୟରେ ସେହି ଦିନର ସୁଟିଂ ପାଇଁ ପ୍ରସ୍ତୁତି ଚାଲିଥିଲା । ଅନୁପମା ସିରିଏଲକୁ ଅନେକ ଲୋକ ପସନ୍ଦ କରିଥାନ୍ତି । ଏହି ଘଟଣାରେ ସୁଟିଂ ସେଟର କୋଟି କୋଟି ଟଙ୍କାର ସମ୍ପତ୍ତି କ୍ଷତି ହୋଇଥିବା ସହ ସିଡ୍ୟୁଲ ମଧ୍ୟ ପ୍ରଭାବିତ ହୋଇଛି । ଘଟଣା ସମୟରେ ଅନେକ କର୍ମଚାରୀ ଏବଂ କ୍ରୁ ସଦସ୍ୟ ମହଲାରେ ଉପସ୍ଥିତ ଥିଲେ । ସର୍ଟ ସର୍କିଟ କାରଣରୁ ଏହି ଅଗ୍ନିକାଣ୍ଡ ଘଟିଥିବା ପୋଲିସ ତଦନ୍ତରୁ ଜଣାପଡିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login