ମୁମ୍ବାଇ : ଅଭିନେତ୍ରୀ ଇସିତା ଦତ୍ତା କନ୍ୟା ସନ୍ତାନ ଜନ୍ମ କରି ମା’ ହୋଇଛନ୍ତି । ଏହି ଖୁସି ଖବରକୁ ଫ୍ୟାନ୍ସଙ୍କ ସହ ଫଟୋ ଦେଇ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଯାହା ଏବେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଚର୍ଚ୍ଚାର ବିଷୟ ପାଲଟିଛି ।
ଏପଟେ ଭିଡିଓ ସେୟାର କରି କ୍ୟାପସନରେ ଲେଖିଛନ୍ତି ଯେ, ’’କନ୍ୟା ସନ୍ତାନ ଜନ୍ମ ହେବା ପରେ ପରିବାର ସମ୍ପୂର୍ଣ୍ଣ ହୋଇଛି’’ । ଏହି କନ୍ୟା ସନ୍ତାନ ଆମ ପାଇଁ ଆଶୀର୍ବାଦ ବୋଲି ମଧ୍ୟ ଲେଖିଛନ୍ତି । ସେଥିରେ ତାଙ୍କ ସହିତ ସ୍ବାମୀ, ପୁଅ ବାୟୁ ଏବଂ ନବଜାତ ଶିଶୁର ଫଟୋରେ ଇମୋଜି ଲଗାଇ ଫଟୋ ସେୟାର କରିଛନ୍ତି । ଏହା ସହିତ ତାଙ୍କ ସ୍ବାମୀଙ୍କ ସହିତ ସେ ମଧ୍ୟ ଖୁସି ଥିବା ସେୟାର ହୋଇଥିବା ଫଟୋରୁ ଜଣାପଡୁଛି । ଯାହା ଭାଇରଲ ହେବା ପରେ ତାଭ୍କ ଫ୍ୟାନ୍ସ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
Views: 29