ଭଦ୍ରକ : ଦିନକୁ ଦିନ ବୃଦ୍ଧି ପାଉଛି ଲୁଟେରାଙ୍କ କାରନାମା । ପୋଲିସକୁ ଚକମା ଦେଇ କରୁଛନ୍ତି ଲୁଟ । ଘରେ କେହି ନ ଥିବାର ସୁଯୋଗ ନେଇ ବୁଲାଉଛନ୍ତି କଳାକନା । ଏମତି ଏକ ଘଟଣା ଘଟିଛି ଭଦ୍ରକରେ । ଏଥର ନଣନ୍ଦ-ଭାଉଜଙ୍କୁ ଟାର୍ଗେଟ । ଲୁଟିନେଲେ କୋଟିଏ ଟଙ୍କାର ସୁନା ଅଳଙ୍କାର ।ଗତକାଲି ବିଳମ୍ଭିତ ରାତ୍ରିରେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନସ୍ଥ ଆରଡ଼ି ଛକ ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଭଡା ଘରେ କେହି ନଥିବାର ସୁଯୋଗ ନେଇ ନଣନ୍ଦ ଓ ଭାଉଜଙ୍କ ଘରୁ କଳାକନା ବୁଲାଇଲେ ଦୁର୍ବୁତ୍ତ । ପ୍ରାୟ କୋଟିଏ ଟଙ୍କାର ସୁନା ଅଳଙ୍କାର ଲୁଟି ଚମ୍ପଟ ମାରିଛନ୍ତି ଦୁର୍ବୃତ୍ତ । ଯାହାକୁ ନେଇ ଆଜି ଭଦ୍ରକରେ ଚାଞ୍ଚଲ୍ୟ ଖେଳିଯାଇଛି ।ଆଜକୁ ଚାରି ବର୍ଷ ହେବ ରାଜଶ୍ରୀ ତ୍ରିପାଠୀ ଓ ଈପ୍ସା ତ୍ରିପାଠୀ ଗୋଟିଏ ବିଲଡିଂରେ ଭଡା ନେଇ ରହୁଥିଲେ । ସମ୍ପର୍କରେ ରାଜଶ୍ରୀ ନଣନ୍ଦ ହୋଇଥିବା ବେଳେ ଈପ୍ସା ହେଉଛନ୍ତି ତାଙ୍କ ଭାଉଜ । ତେବେ ଖରା ଛୁଟି ଥିବାରୁ ଅଧ୍ୟାପିକା ରାଜଶ୍ରୀ ତ୍ରିପାଠୀ ତାଙ୍କ ଶଶୁର ଘରକୁ ଯାଇଥିଲେ । ସେହିପରି ତାଙ୍କ ସମ୍ପର୍କୀୟ ଭାଉଜ ଈପ୍ସା ମଧ୍ୟ ଗତ ଶନିବାର ଦିନ ନିଜ ବାପ ଘରକୁ ଯାଇଥିଲେ । ବୋଧ ହୁଏ ଏହାକୁ ଅନୁମାନ କରିଥିଲେ ଏ ଦୁର୍ବୃତ୍ତ । ଯାହାର ସୁଯୋଗ ନେଇ ଗତକାଲି ବିଳମ୍ଭିତ ରାତ୍ରିରେ ଦୁର୍ବୁତ୍ତମାନେ ସେଠାରେ ପହଞ୍ଚି ଯାଇଥିଲେ ।ପ୍ରଥମେ ନଣନ୍ଦ ରାଜଶ୍ରୀ ରଖିଥିବା ପ୍ରାୟ ୭୦ ଭରିରୁ ଉର୍ଦ୍ଧ ସୁନା ଅଳଙ୍କାର ଓ ନଗଦ ୬୦ ହଜାର ଟଙ୍କା ଲୁଟି ନେଇଥିଲେ । ସେହିପରି ତାଙ୍କ ଭାଉଜ ଈପ୍ସାଙ୍କ ଘରୁ ପ୍ରାୟ ୨୦ ଭରିରୁ ଉର୍ଦ୍ଧ ସୁନା ଅଳଙ୍କାର ସହିତ ନଗଦ ୨୫ ହଜାର ଟଙ୍କା ଲୁଟି ନେଇ ଚମ୍ପଟ ମାରିଥିଲେ ଦୁର୍ବୃତ୍ତ । ଆଜି ସକାଳୁ ଘର ଖୋଲା ଥିବା ସହ ଘରର ସବୁ ଜିଣିଷପତ୍ର ତଳେ ପଡ଼ିଥିବା ଦେଖି ଘରର ମାଲିକ ଦୁଇ ଜଣଙ୍କୁ ଖବର ଦେଇଥିଲେ ।ରନ୍ତ ଭଦ୍ରକ ଗ୍ରାମାଞ୍ଚଳ ପୋଲିସକୁ ଜଣାଇଥିଲେ । ପରେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଥିଲେ । ଯାହାପରେ ସନ୍ଧାନୀ କୁକୁର ନେଇ ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି ପୋଲିସ ।
କୋଟିଏ ଟଙ୍କାର ସୁନା ଅଳଙ୍କାର ଲୁଟ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











