The Ultimate Managed Hosting Platform
ADVERTISEMENT

ଭିଜିଲାନ୍ସ ଜାଲରେ ମ୍ୟୁନିସିପାଲଟି କିରାଣୀ

Facebook
Twitter
LinkedIn

ବାରିପଦା : ଭିଜିଲାନ୍ସ ଜାଲରେ ମ୍ୟୁନିସିପାଲଟି ଅଫିସର ବରିଷ୍ଠ କିରାଣୀ । ବରିଷ୍ଠ କିରାଣୀ ଗୋପାଳକୃଷ୍ଣ ପ୍ରଧାନ ଲାଞ୍ଚ ନେଇ ଧରାପଡିଲେ । ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡିବସିଲା ଭିଜିଲାନ୍ସ । ଦୋକାନ ମାଲିକାନା କାଗଜପତ୍ର କରିଦେବାକୁ ଲାଞ୍ଚ ନେଉଥିଲେ । ତେବେ କିରାଣି ଗୋପାଳ ପ୍ରଧାନ ୧୦ ହଜାର ଟଙ୍କା ଲାଞ୍ଚ ନେଲେ ଦୁଇ ଭାଇଙ୍କ ନାଁକୁ ଦୋକାନର ମାଲିକାନା ଟ୍ରାନ୍ସଫର କରିବେ ବୋଲି କହିଥିଲେ । ଅଭିଯୋଗକାରୀ ଏନେଇ ଭିଜିଲାନ୍ସକୁ ଜଣାଇଥିଲେ । ଯୋଜନା ମୁତାବକ ଆଜି ପୌର ପରିଷଦ କାର୍ୟ୍ୟାଳୟରେ ୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ତାଙ୍କୁ ଭିଜିଲାନ୍ସ ଅଧିକାରୀ ଧରିଥିଲେ । କିରାଣି ଗୋପାଳ ପ୍ରଧାନଙ୍କ ଅଫିସ ଓ ବାସଭବନରେ ଚଢ଼ାଉ କରାଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ପୁରୀ ଯିବା ରାସ୍ତାରେ ପଇଡ ପିଇଲେ ମୁଖ୍ୟମନ୍ତ୍ରୀ

ପୁରୀ ଯିବା ରାସ୍ତାରେ ପଇଡ ପିଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ରୀ ଯିବା ରାସ୍ତାରେ ସତ୍ୟବାଦୀ ନିକଟରେ ପଇଡ ପିଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପଇଡ ବିକ୍ରେତା ଶ୍ରୀଧର ମହାପାତ୍ରଙ୍କ ସହ ସୁଖଦୁଃଖ ହୋଇଛନ୍ତି...

ADVERTISEMENT

Login