ମୁମ୍ବାଇ ; ଆସନ୍ତାକାଲି ରିଲିଜ ହେବ ଫିଲ୍ମ ସିକନ୍ଦର । ବକ୍ସ ଅଫିସରେ ରେକର୍ଡ ଭାଙ୍ଗିଲା ଆଡଭାନ୍ସ ବୁକିଂ । ସୁପରଷ୍ଟାର ସଲମାନଙ୍କ ଅଭିନୀତ ସିକନ୍ଦର ମୁଭିର ଟ୍ରେଲର ଦର୍ଶକଙ୍କ ମନକୁ ଛୁଇଁଛି । ତେଣୁ ଦର୍ଶକ ମୁଭି ରିଲିଜକୁ ଅପେକ୍ଷା କରିଥିଲେ । ପ୍ରଥମ ଦିନର ବକ୍ସ ଅଫିସରେ ୧୨ କୋଟିରୁ ଅଧିକ କଲେକ୍ସନ କରିଛି । ଦ୍ବିତୀୟ ଦିନର ଆଡଭାନ୍ସ କଲେକ୍ସନ ପାଇଁ ଆଶାବାଦୀ ରହିଛି ପୁରା ଟିମ୍ । ଆଡଭାନ୍ସ ବୁକିଂକୁ ନଜରରେ ରଖି ଫିଲ୍ମଟି ସୁପରହିଟ ହେବାର ସଙ୍କେତ ଦେଉଛି । ସେହିପରି ୧୨.୫୩ କୋଟି ଟଙ୍କା ବକ୍ସଅଫିସରେ କଲେକ୍ସନ ହେବ ବୋଲି ଅନୁମାନ କରାଯାଉଛି । ସିକନ୍ଦର ଫିଲ୍ମ ରିଲିଜ ପାଇଁ ସିନେମାହଲରେ ଜୋରସୋର ପ୍ରସ୍ତୁତି ଚାଲିଛି । ସେହିପରି ଫିଲ୍ମକୁ ନେଇ ସଲମାନ କହିଛନ୍ତି, ସାଢ଼େ ୩ ମିନିଟର ଟ୍ରେଲରରେ କିଛି ନାହିଁ । ୨ ଘଣ୍ଟା ୨୫ ମିନିଟର ଫିଲ୍ମ ଦେଖିବା ପରେ କାହାଣୀ ଜଣାପଡିବ । ଆକ୍ସନ ଫିଲ୍ମରେ ଇମୋସନ ଅତ୍ୟନ୍ତ ଜରୁରୀ ବୋଲି ସଲମାନ କହିଛନ୍ତି । ଫିଲ୍ମର ମୁଖ୍ୟ ଭୂମିକାରେ ରହିଛନ୍ତି ଦବଙ୍ଗ ଖାନ ଓ ରଶ୍ମିକା ମନ୍ଦାନା। ସାଜିଦ୍ ନାଡିୱାଡାୱାଲା ପ୍ରଯୋଜକ ଥିବାବେଳେ ନିର୍ଦ୍ଦେଶନା ଦେଇଛନ୍ତି ଏ.ଆର୍. ମୁରଗାଡୋସ୍ ।
ଆସନ୍ତାକାଲି ରିଲିଜ ହେବ ଫିଲ୍ମ “ସିକନ୍ଦର”
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











