The Ultimate Managed Hosting Platform
ADVERTISEMENT

୪ ବିଦ୍ୟୁତ ବିତରଣ କମ୍ପାନୀ ଉପରେ ୬ ହଜାର କୋଟି ବାକି, ବିଧାନସଭାରେ ଉତ୍ତର ରଖିଲେ ଉପମୁଖ୍ୟମନ୍ତ୍ରୀ

Facebook
Twitter
LinkedIn

ଭୁବନେଶ୍ୱର : ୪ ବିତରଣ କମ୍ପାନୀ ଉପରେ ୬ ହଜାର ୫୮୭ କୋଟି ଟଙ୍କା ବାକି । ବିଧାନସଭାରେ ଉତ୍ତର ରଖିଲେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ । ରାଜ୍ୟର ୪ ବିଦ୍ୟୁତ ବିତରକ କମ୍ପାନୀ ଉପରେ ବାକି ପଡିଛି ୬ ହଜାରରୁ ଅଧିକ କୋଟି ଟଙ୍କା । ବିଧାନସଭାରୁ ଯେଉଁ ତଥ୍ୟ ଆସିଛି,ତାହା ଆପଣଙ୍କୁ ଆଶ୍ଚର୍ୟ୍ୟ କରିଦେବ । ସତ୍ୟବାଦୀ ବିଧାୟକ ଓମ୍ ପ୍ରକାଶ ମିଶ୍ର ଏନେଇ ଆଜି ଗୃହରେ ଏକ ଅଣତାରକା ପ୍ରଶ୍ନ କରିଥିଲେ । ସେ କହିଥିଲେ ଯେ, ରାଜ୍ୟର କେଉଁ ବିଦ୍ୟୁତ ଆବଣ୍ଟନ କମ୍ପାନୀ ଓ ଦେଶର କେଉଁ ବିଦ୍ୟୁତ ବଣ୍ଟନ କମ୍ପାନୀ ଉପରେ ସରକାରଙ୍କ କେତେ ପ୍ରାପ୍ୟ ବାକି ଅଛି? ଯାହାର ଉତ୍ତର ଦେଇ ଶକ୍ତି ମନ୍ତ୍ରୀ ତଥା ଉପ-ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟର ୪ ବିଦ୍ୟୁତ ବିତରକ କମ୍ପାନୀ ଉପରେ ମୋଟ ୬ ହଜାର ୫୮୭ କୋଟି ଟଙ୍କା ବାକି ପଡିଛି । ତା ଭିତରୁ ସେସୁ ପାଖରେ ୨ ହଜାର ୬୫୧ କୋଟି ବାକି ପଡିଥିବାବେଳେ, ନେସ୍କୋ ପାଖରେ ୯୫୮ କୋଟି, ଓ୍ୱେସ୍କୋ ପାଖରେ ୧ ହଜାର ୬୭୬ କୋଟି ଆଉ ସାଉଥକ୍କୋ ପାଖରେ ୧୩୦୦ କୋଟି ଟଙ୍କା ବାକି ପଡିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login