ନୂଆଦିଲ୍ଲୀ : ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବୁଧବାର ସମ୍ଭଲ ଯାତ୍ରା ପାଇଁ ଭଉଣୀ ପ୍ରିୟଙ୍କା ଗାନ୍ଧୀଙ୍କ ସହ ବହାରି ଯାଇଥିଲେ ବି ଯାତ୍ରା କରିବାରେ ସଫଳ ହୋଇନାହାନ୍ତି। ଉତ୍ତରପ୍ରଦେଶର ସମ୍ଭଲ ଅଭିମୁଖେ ଯାଉଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଦିଲ୍ଲୀ ଏବଂ ନୋଏଡା ମଧ୍ୟରେ ଥିବା ଗାଜୀପୁର ସୀମାରେ ଅଟକାଇ ଦିଆଯାଇଛି। ଯାହାଫଳରେ ଏକ ହାଇ ଭୋଲ୍ଟେଜ୍ ଡ୍ରାମା ଦେଖିବାକୁ ମିଳିଛି। ତାଙ୍କ ଗାଡ଼ିକୁ ସୀମାରେ ଅଟକାଯିବା ପରେ ରାହୁଲ ଗାନ୍ଧୀଙ୍କ ସମେତ କଂଗ୍ରେସ ନେତାମାନେ ଗାଡିରୁ ବାହାରି ବରିଷ୍ଠ ପୁଲିସ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ତା’ପରେ ବି ରାହୁଲଙ୍କୁ ଆଗକୁ ବଢ଼ିବାକୁ ଅନୁମତି ମିଳିଲା ନାହିଁ। ସୀମାରେ ପ୍ରବଳ ବିଶୃଙ୍ଖଳା ଦେଖିବାକୁ ମିଳିଥିଲା। କାରଣ ପୁଲିସ ରାଜପଥକୁ ଅବରୋଧ କରିବାରୁ ଟ୍ରାଫିକ୍ ଜାମ୍ ହୋଇଥିଲା। ରାସ୍ତାରେ ବ୍ୟାରିକେଡ୍ ରଖାଯାଇ ଟ୍ରାଫିକ୍ ଅଟକା ଯାଇଥିଲା। ଏପଟେ ସ୍ଲୋଗାନ ଦେଇ କଂଗ୍ରେସ କର୍ମୀମାନେ ବ୍ୟାରିକେଡ୍ ଉପରକୁ ଚଢ଼ିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଥିଲା।ଉଲ୍ଲେଖଯୋଗ୍ୟ, ସମ୍ଭଲରେ ବାହାର ଲୋକଙ୍କ ପ୍ରବେଶ ଉପରେ ଉତ୍ତରପ୍ରଦେଶ ପ୍ରଶାସନ କଟକଣା ଲଗାଇଛନ୍ତି। ଆସନ୍ତା ଡିସେମ୍ବର ୧୦ ତାରିଖ ପର୍ୟ୍ୟନ୍ତ ସମ୍ଭଲକୁ କୌଣସି ବାହାର ଲୋକ ପ୍ରବେଶ କରିପାରିବେନି ବୋଲି ଉତ୍ତରପ୍ରଦେଶ ପ୍ରଶାସନ କହିଛନ୍ତି।
ସମ୍ଭଲ ଅଭିମୁଖେ ଯାତ୍ରା ବେଳେ ରାହୁଲ ଓ ପ୍ରିୟଙ୍କାଙ୍କୁ ଅଧାରୁ ଅଟକାଇଲା ପୋଲିସ, ସୀମାରେ ପ୍ରବଳ ବିଶୃଙ୍ଖଳା
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











