The Ultimate Managed Hosting Platform
ADVERTISEMENT

ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଯନ୍ତ୍ରୀ ବିଶ୍ୱନାଥ ପାତ୍ର ଗିରଫ

Facebook
Twitter
LinkedIn

ଭୁବନେଶ୍ୱର : ଜୟପୁର ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ବିଶ୍ୱନାଥ ପାତ୍ର ଗିରଫ । ଆୟ ବର୍ହିଭୂତ ସମ୍ପତି ଠୁଳ ମାମଲାରେ ଗିରଫ କଲା ଭିଜିଲାନ୍ସ । ସହକାରୀ ନିର୍ବାହୀ ଯନ୍ତ୍ରୀ ବିଶ୍ୱନାଥ ପାତ୍ରଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା ଭିଜିଲାନ୍ସ । ଜୟପୁରରେ ଥିବା ତିନି ମହଲା ଘର, ଗଂଜାମ ବେଲଗୁଣ୍ଠାରେ ଥିବା ଦୁଇ ମହଲା ପୈତୃକ ଘର , ଭୁବନେଶ୍ୱର ନିଳାଦ୍ରୀ ବିହାର ସ୍ଥିତ ସମ୍ପର୍କୀୟ ଘରେ,ଜୟପୁର ବ୍ଲକରେ ଥିବା କାର୍ୟ୍ୟାଳୟ, ଜୟପୁର ମୁନିସିପାଲିଟିରେ ଥିବା କାର୍ୟ୍ୟାଳୟରେ ଚଢାଉ । ଚଢାଉ କରିଥିଲା । ୨୦୧୬ ରୁ ନିୟମିତ ଚାକିରିରେ ଥିଲେ ନିର୍ବାହୀ ଯନ୍ତ୍ରୀ ବିଶ୍ୱନାଥ ପାତ୍ର।
ଚଢ଼ାଉ ବେଳେ ୧ କୋଟି ଟଙ୍କାର ଜମା ଠାବ ହୋଇଥିଲା । ୧ କୋଟି ୫୫ ଲକ୍ଷ ଟଙ୍କାର ଘର ସହ ଦୁଇଟା କୋଠା ଓ ୧୮ ପ୍ଲଟର ମାଲିକ ବିଶ୍ୱନାଥ ପାତ୍ର । ସେହିପରି ଭୁବନେଶ୍ୱର ପ୍ରାଇମ ଲୋକେସନରେ ରହିଛି ୬ ଟି ପ୍ଲଟ । ୮୫୦ ଗ୍ରାମ ସୁନା ଅଳଙ୍କାର ଠାବ କରିଥିଲା ଭିଜିଲାନ୍ସ । ୧୮୦୦ ଗ୍ରାମର ରୁପା ସହ ୭ ଲକ୍ଷ ୭୦ ହଜାର ଟଙ୍କାର ଘରକରଣ ସାମଗ୍ରୀ ଜବତ କରିଥିଲା ଭିଜିଲାନ୍ସ ଟିମ୍ ।
୨୦୧୧ ରେ ଆଡ଼ହକ ଆସିଷ୍ଟାଣ୍ଡ ଇଂଜିନିୟର ଭାବେ ଯୋଗ ଦେଇଥିଲେ । ସେତେବେଳେ ମାତ୍ର ୧୪ ହଜାର ଟଙ୍କା ଥିଲା ଦରମା । ୨୦୧୬ ରେ ଓପିଏସସି ଦେଇ ନିୟମିତ ହୋଇଥିଲେ । ତେବେ ୮ ବର୍ଷର ନିୟମିତ ଚାକିରିରେ ଅମାପ ସମ୍ପତ୍ତିର ମାଲିକ ଥିଲେ ନିର୍ବାହୀ ଯନ୍ତ୍ରୀ ବିଶ୍ୱନାଥ ପାତ୍ର ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login