ମୁମ୍ବାଇ : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ କିଏ ହେବ ତାକୁ ନେଇ ଲାଗିଛି ଛକାପଞ୍ଝା । ଏହାରା ଭିତରେ ଫଡନାଭିସଙ୍କ ନାଁରେ ମୋହର ବାଜିପାରେ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି । ବିଜେପି କୋର କମିଟି ବୈଠକରେ ଦେବେନ୍ଦ୍ର ଫଡନାଭିସଙ୍କ ନାଁରେ ମୋହର ବାଜିଛି । ଆଉ କୁହାଯାଇଛି ଆସନ୍ତା ୫ ତାରିଖରେ ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିପାରନ୍ତି । ବର୍ତ୍ତମାନ ମହାରାଷ୍ଟ୍ରରେ ବିଜେପି ବିଧାୟକ ଦଳର ବୈଠକ ଜାରି ରହିଛି । ଆସନ୍ତାକାଲି ଅର୍ଥାତ ଗୁରୁବାର ଅପରାହ୍ନ ୫ ଟା ୩୦ ମିନିଟ୍ ସମୟରେ ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବେ । ଏଥିପାଇଁ ଆଜାଦ୍ ମୈଦାନକୁ ପ୍ରସ୍ତୁତ କରାଯାଉଛି । ତେବେ ବର୍ତ୍ତମାନ ମହାୟୁତି ମେଣ୍ଟରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ କଥାବାର୍ତ୍ତା ଶେଷ ହେଇଥିବା କୁହାଯାଉଛି ।
Views: 81











