The Ultimate Managed Hosting Platform
ADVERTISEMENT

ଆଜି ନୈାସେନା ଦିବସ , ବିଶ୍ୱ ଦେଖିବ ଭାରତୀୟ ନୈାବାହିନୀର ପରାକ୍ରମ

Facebook
Twitter
LinkedIn

ଭୁବନେଶ୍ୱର : ଆଜି ନୈାସେନା ଦିବସ । ବିଶ୍ୱ ଦେଖିବ ଭାରତୀୟ ନୈାବାହିନୀ ପରାକ୍ରମ । ପୁରୀ ବେଳାଭୂମିରେ ନୈାସେନା ଯବାନ ପ୍ରଦର୍ଶନ କରିବେ ରଣକୈାଶଳ ।ଆଖିଝଲସା ପରେଡ ସାଙ୍ଗକୁ ଆକର୍ଷଣୀୟ କଳାକୈାଶଳରେ କମ୍ପିବ ପୁରୀ । କାର୍ଯ୍ୟକ୍ରମରେ ସାମିଲ ହେବେ ରାଷ୍ଟ୍ରପତିଙ୍କ ସମେତ ବିଶିଷ୍ଟ ବ୍ୟକ୍ତିବିଶେଷ । ପୁରୀ ସମୁଦ୍ରର ଅଥଳ ଜଳରାଶିରେ ଯୁଦ୍ଧ କୌଶଳ ଦେଖାଇବେ ନୌବୀର। ଯୁଦ୍ଧ ଜାହାଜ, ଟାଙ୍କ ଓ ହେଲିକପ୍ଟର ଗର୍ଜନରେ କମ୍ପିବ ବେଳାଭୂମି । କଳା କୋଶଳ ଦେଖାଇବ ଫାଇଟର ଜେଟ୍ । ୧୫ଟି ଯୁଦ୍ଧ ଜାହାଜ ଓ ୪୦ଟି ଏୟାରକ୍ରାଫ୍ଟ ରଣ କୌଶଳ ଦେଖାଇବେ। INM ଜଲସା, ମିସାଇଲ ଡେଷ୍ଟ୍ରୟର INS ଦିଲ୍ଲୀ, INS ଶକ୍ତି ଭଳି ୧୫ଟି ଯୁଦ୍ଧ ଜାହାଜ ସାମିଲ ହୋଇ ପରାକ୍ରମ ଦେଖାଇବେ। ସେହିପରି ହକ୍, ସି-କିଙ୍ଗ, ମିଗ୍-୨୯ ଭଳି ଫାଇଟର ଜେଟ୍ ଓ ଚେତକ, ଏମଏସ୍-୬୦ ହେଲିକପ୍ଟର ଦେଖାଇବେ ନୌସେନା ବୀରତ୍ବ। ନୌସେନା ପକ୍ଷରୁ ମାର୍କସ ଡେମୋ, କମ୍ବାଟ ଫ୍ରିଫଲ୍, ଆଞ୍ଜେଲ ଡେମୋ, ଆଣ୍ଟି ସବମେରିନ୍ ରକେଟ୍ ଫାୟାରିଂ ଭଳି ୨୦ ପ୍ରକାରର ଯୁଦ୍ଧ କୌଶଳ ଓ ପରାକ୍ରମ ପ୍ରଦର୍ଶନ କରାଯିବ।
ନେଭି ଡେ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଆଗରେ ଯୁଦ୍ଧକୌଶଳ ଦେଖାଇବେ ନୌସେନାର ୧୫ଟି ଯୁଦ୍ଧ ଜାହାଜ ଓ ୪୦ଟି ଏୟାରକ୍ରାଫ୍ଟ। ଓଡ଼ିଶାରେ ପ୍ରଥମଥର ଅନୁଷ୍ଠିତ ହେବାକୁ ଯାଉଥିବା ଏହି ଭବ୍ୟ ରାଷ୍ଟ୍ରୀୟ ଉତ୍ସବ ପାଇଁ କରାଯାଇଛି ବ୍ୟାପକ ବ୍ୟବସ୍ଥା। ଲକ୍ଷାଧିକ ଦର୍ଶକ ଓ ପର୍ୟ୍ୟଟକଙ୍କ ସମାଗମକୁ ଦୃଷ୍ଟିରେ ରଖି ଲାଗୁ ହୋଇଛି ଟ୍ରାଫିକ କଟକଣା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login