ବୈାଦ୍ଧ : ଘରୋଇ କଳହକୁ ନେଇ ବିଷ ପିଇଲେ ୨ ଭଉଣୀ । ହରଭଙ୍ଗା ଥାନା ମହାଲିକପଡା ଗାଁରେ ଅଭାବନୀୟ ଘଟଣା । ବଡ ଭଉଣୀ ମୃତ , ସାନ ଭଉଣୀ ବୈାଦ୍ଧ ମେଡିକାଲରେ ଭର୍ତ୍ତି । ବିବାହିତ ବଡ ଭଉଣୀ ଘରକୁ ବୁଲିବାକୁ ଯାଇଥିଲା ସାନ ଭଉଣୀ । ଘରେ କେହି ନ ଥିବା ବେଳେ ଝଗଡା ପରେ ବିଷ ପିଇଲେ ୨ ଭଉଣୀ ।
ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟାରେ ମହାଲ୍ଲିକପଡା ଗ୍ରାମର ନଳିନୀ ସାହୁ ଏବଂ ତାଙ୍କ ଭଉଣୀ ଶାଲିନୀ ସାହୁ କୈାଣସି କାରଣ ମତେ ଅସୁସ୍ଥ ହୋଇପଡିଥିଲେ । ଉଭୟଙ୍କୁ ପ୍ରଥମେ ହରଭଙ୍ଗା ଓ ପରେ ବୈାଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ନଳିନୀଙ୍କ ମୃତ୍ୟୁ ହୋଇଥିବା ବେଳେ ଶାଲିନୀ ଗୁରୁତର ଭାବେ ବୈାଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ତେବେ ଏ ନେଇ ଥାନାରେ କୈାଣସି ଅଭିଯୋଗ ହୋଇ ନ ଥିବା ଜଣା ପଡିଛି ।
Views: 38