ନୂଆଦିଲ୍ଲୀ : ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାରେ ଲଗାଣ ବର୍ଷା । ଫଳରେ ଚାରିଆଡେ ଜଳମଗ୍ନ ହୋଇ ନବନ୍ୟା ସ୍ଥିତି ସୃଷ୍ଟି କରିଛି। ଉଭୟ ରାଜ୍ୟରେ ବର୍ଷା ଏବଂ ବନ୍ୟା ଜନିତ ମୃତ୍ୟୁସଂଖ୍ୟା ୨୭ରେ ପହଞ୍ଚିଲାଣି। ତେଲେଙ୍ଗାନାରେ ୧୫ ଜଣଙ୍କର ଏବଂ ଆନ୍ଧ୍ରପ୍ରଦେଶରେ ୧୨ ଜଣଙ୍କ ମୃତ୍ୟୁ ହୋଇଛି। ବର୍ଷା ଏବଂ ବନ୍ୟା ଜଳରେ ଫସିଥିବା ହଜାର ହଜାର ଲୋକଙ୍କୁ ଜାତୀୟ ଏବଂ ରାଜ୍ୟ ବିପର୍ୟ୍ୟୟ ମୁକାବିଲା ଦଳ ଦ୍ବାରା ଉଦ୍ଧାର କରି ରିଲିଫ୍ ଶିବିରରେ ରଖାଯାଇଛି। ଉଭୟ ରାଜ୍ୟରେ ୧୦୦ରୁ ଅଧିକ ଟ୍ରେନ୍ ବାତିଲ କରାଯାଇଥିବାବେଳେ ଅନେକ ଟ୍ରେନ୍ର ଦିଗ ପରିବର୍ତ୍ତନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡ଼ୁ ଏବଂ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଏ ରେବନ୍ତ ରେଡ୍ଡିଙ୍କ ସହ କଥା ହୋଇଛନ୍ତି। ଉଭୟ ରାଜ୍ୟକୁ କେନ୍ଦ୍ର ପକ୍ଷରୁ ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
Views: 87











