ମାଲକାନଗିରି : ଡାକ୍ତରଖାନାରୁ ବାହାରିବା ପୂର୍ବରୁ ଜଳିଗଲେ ୭ ମାସର ଗର୍ଭବତୀ । ମାଲକାନଗିରି ଏମଭି-୯ ଗାଁର ମହିଳା ବିନିତା ମାଶ ଗତ ରବିବାର ଦିନ ସ୍ୱାସ୍ଥ୍ୟ ଅବସ୍ଥା ପରୀକ୍ଷା ଲାଗି ଡାକ୍ତରଖାନା ଆସିଥିଲେ । ତେବେ ଡାକ୍ତରଖାନାରୁ ବାହାରିବା ପୂର୍ବରୁ ଗର୍ଭବତୀ ମହିଳାଙ୍କୁ ନିଆଁରେ ଜଳୁଥିବା ଅବସ୍ଥାରେ ଉଦ୍ଧାର କରି ମାଲକାନଗିରି ଡାକ୍ତରଖାନାକୁ ଆଣିଥିଲେ ପରିବାର ଲୋକେ । ବିନିତା ପ୍ରାୟ ୯୦ ପ୍ରତିଶତରୁ ଉଦ୍ଧ୍ୱର୍ ଜଳି ଯାଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବରଣ କରିଛନ୍ତି । ପୋଷ୍ଟମର୍ଟମ ବେଳେ ଗର୍ଭରେଥିବା ଶିଶୁଟିକୁ ମଧ ମୃତଅବସ୍ଥାରେ ଉଦ୍ଧାର କରାଯାଇଛି । ତେବେ ବିନିତାଙ୍କ ମାନସିକ ଅବସ୍ଥା ଭଲ ନ ଥିବା ବେଳେ ସେ ପେଟ୍ରୋଲ ଢାଳି ଆତ୍ମହତ୍ୟା କରିଥିବା ବିନିତାଙ୍କ ଶାଶୂଘର ଲୋକେ କହିଛନ୍ତି। ମୃତ ମହିଳାଙ୍କ ଭାଇ ଏ ନେଇ ମାଲକାନଗିରି ଥାନାରେ ଏତଲା ଦେଇଥିବା ବେଳେ ପୁଲିସ ନିଆଁ ଲାଗିବାର ପ୍ରକୃତ କାରଣ ଖୋଜିବା ଆରମ୍ଭ କରିଛି।
Views: 91











