The Ultimate Managed Hosting Platform
ADVERTISEMENT

ଡାକ୍ତରୀ ପିଜି ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ପ୍ରତିବାଦ, ସାରା ଦେଶରେ ଓପିଡି ସେବା ବନ୍ଦ

Facebook
Twitter
LinkedIn

କୋଲକତା : ସାରା ଦେଶରେ ଡାକ୍ତରୀ ପିଜି ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ପ୍ରତିବାଦରେ ତେଜୁଛି ଅସନ୍ତୋଷ। ଆଜି ବିଭିନ୍ନ ଡାକ୍ତରୀ ସଂଘ ପକ୍ଷରୁ କାର୍ୟ୍ୟବନ୍ଦ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନିଆଯାଇଛି। ତେବେ ଆନ୍ଦୋଳନରୁ ଜରୁରୀ ସେବାକୁ ବାଦ୍ ଦିଆଯିବ। ଗତକାଲି ଅନେକ ସ୍ଥାନରେ ଡାକ୍ତରମାନେ ପ୍ରତିବାଦ କରିଛନ୍ତି। କ୍ୟାଣ୍ଡେଲ ଜାଳି ପ୍ରତିବାଦ ଜଣାଇଛନ୍ତି। ସେପଟେ ଅଭିଯୁକ୍ତକୁ ଗିରଫ କରାଯାଇଛି। ତେବେ ଏଥିରେ ସନ୍ତୁଷ୍ଟ ନୁହନ୍ତି ଡାକ୍ତରମାନେ। ମହିଳା ଡାକ୍ତରଙ୍କୁ ସବୁ ପ୍ରକାର ସୁରକ୍ଷା ଯୋଗାଇ ଦେବାକୁ ସେମାନେ ଦାବି କରିଛନ୍ତି। ସେପଟେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୋଲିସକୁ ଦେଇଛନ୍ତି ଚେତାବନୀ। ଯଦି ମାମଲାର ଶୀଘ୍ର ସମାଧାନ କରାନଯାଏ, ତେବେ ସିବିଆଇ ହାତରେ ମାମଲା ଦେବାକୁ ପଛାଇବେ ନାହିଁ ବୋଲି କହିଛନ୍ତି ମମତା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login