ମୟୂରଭଂଜ : ପୁଣି ଶିମିଳିପାଳରୁ ଶିକାରୀ ଗିରଫା ଶିମିଳିପାଳରେ ଏଆଇ ଓ କ୍ୟାମେରା ଟ୍ରାପରୁ ଫଟୋ ମିଳିବା ପରେ ଧରାପଡିଲେ ଶିକାରୀ। ବନ୍ଧୁକ ସମେତ ୩ ଜଣ ଶିକାରୀଙ୍କୁ ଗିରଫ କରାଯାଇଛି । ଏସିଏଫ୍ ଏବଂ ପିଠାବଟା ଦକ୍ଷିଣ ରେଞ୍ଜ କର୍ମଚାରୀ ଚଢ଼ାଉ କରି ୩ ଶିକାରୀଙ୍କୁ ଗିରଫ କରିବାକୁ ସକ୍ଷମ ହୋଇଛନ୍ତି । ଗିରଫ ଶିକାରୀ ହେଲେ ଶ୍ରୀମତ ମାଝି, କାରୁ ହାଁସଦା ଓ ବୁଢ଼ାନ୍ ମାଝି । ସେମାନଙ୍କ ନିକଟରୁ ୩ ଟି ବନ୍ଧୁକ, ୨ଟି ଅର୍ଦ୍ଧ ନିର୍ମିତ ବନ୍ଧୁକ, ହରିଣ ଶିଙ୍ଗ, ଗେଣ୍ଡାଳିଆ ଥଣ୍ଡ, ଧନୁ ତୀର ଆଦି ଜବତ କରିଛି ବନ୍ ବିଭାଗ । ବନ ବିଭାଗ ଏକ ମାମଲା ରୁଜୁ କରି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରିଛି ।
Views: 78











